ଓଡ଼ିଶାର ୩୩ଟି କୃଷି ବିଜ୍ଞାନ କେନ୍ଦ୍ରରେ ଇଫକୋ ପକ୍ଷରୁ ପୋଷଣ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର ୧୯/୦୯: ଭାରତୀୟ ସାର ଉତ୍ପାଦନ ସହକାରୀ ସଂସ୍ଥା ଇଫକୋ ଏବଂ ଜିଲ୍ଲା ସ୍ଥରୀୟ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ଓଡ଼ିଶାର ୩୩ଟି କୃଷି ବିଜ୍ଞାନ କେନ୍ଦ୍ରରେ ପୋଷଣ ଅଭିଯାନ ଓ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଇଫକୋର ୧୮ ଜଣ କ୍ଷେତ୍ର ଅଧିକାରୀ ଏବଂ ସାର ବିକ୍ରି ସହାୟକମାନେ ଏହାକୁ ପରିଚଳନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ, କୃଷି ବିଶେଷଜ୍ଞ, ଏବଂ ବ୍ଲକ ସ୍ଥରୀୟ କୃଷି ଅଧିକାରୀମାନେ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଇଫକୋର ରାଜ୍ୟ ବିପଣନ ପ୍ରବନ୍ଧକ ସୌରଭ କୁମାର ଚାଟାର୍ଜୀ ଖୋର୍ଦ୍ଦା ଓ କ୍ଷେତ୍ର ପ୍ରବନ୍ଧକ ସୁବାଷ କୁମାର ଜେନା ପୁରୀ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗ ଦେଇ ଚାଷୀ କୃଷକମାନଙ୍କର ଉନ୍ନତି ପାଇଁ କୃଷି ବିଜ୍ଞାନ କେନ୍ଦ୍ରର ନୂଆ ପ୍ରୟାଶ ବିଷୟରେ ଆଲୋଚନା କରିଥିଲେ।

ଏହି ଅବସରରେ ବିଭିନ୍ନ କୃଷି ବଶେଷଜ୍ଞମାନେ କୃଷକ ଏବଂ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପୋଷଣ ମାସ ପାଳନର ତାତ୍ପର୍ଯ୍ୟ, ଉଦ୍ଦେଶ୍ୟ ଏବଂ ଉପକାରିତା ସମ୍ୱନ୍ଧରେ ଭାଷଣ ଦେଇଥିଲେ। ଏହା ସହିତ ସୁଷମ ଖାଦ୍ୟ, ଖାଦ୍ୟ ନିରାପତ୍ତା ଏବଂ ପାକଶାଳା  ପ୍ରସ୍ତୁତି ଆଦି ସମ୍ପର୍କରେ ବୁଝାଇଥିଲେ। ଇଫକୋର କ୍ଷେତ୍ର ଅଧିକାରୀମାନେ ଇଫକୋର ନାନୋ ୟୁରିଆ, ସାଗରିକା, ଜଳ ଦ୍ରବଣୀୟ ସାର, ଜୈବିକ ସାର ଭଳି ଉତ୍ପାଦ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହା ସହିତ କୃଷକମାନଙ୍କୁ ଇଫେକୋ ପକ୍ଷରୁ ପନିପରିବା ଚାଷ ପାଇଁ ମଞ୍ଜି, ଏବଂ ଚାରା ବଣ୍ଟା ଯାଇଛି। ଅନ୍ୟପଟେ କୃଷି ବିଜ୍ଞାନ କେନ୍ଦ୍ରମାନଙ୍କରେ ଫଳଗଛ ମଧ୍ୟ  ଲଗାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧ହଜାର ୫୦୦ରୁ ଅଧିୃକ ଚାଷୀ ଉପକୃତ ହୋଇଥିବା ଇଫକୋ ପକ୍ଷରୁ କୁହାଯାଇଛି।       

Spread the love