ଓଏଏସ ଓ ଓଆରଏସ ସ୍ତରରେ ବଡ ଧରଣର ଅଦଳବଦଳ

ଭୁବନେଶ୍ୱର,୨୪/୧୦: କନିଷ୍ଠ ଓଏଏସ୍‌ ଓ ଓଆର୍‌ଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ଅନୁଗୁଳ ଡେପୁଟି କଲେକ୍ଟର ଥିବା ସୋଫି ସାଇନିକାଙ୍କୁ ଆଠମଲ୍ଲିକ ତହସିଲଦାର, ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ତୁଷୁରା ତହସିଲଦାର, ସମ୍ବଲପୁର ଜିଲ୍ଲାପାଳ ଅଫିସର ଟିଆର୍‌ଓ ସଂଘମିତ୍ରା କାଲୋ ଲୋଇସିଂହା ତହସିଲଦାର, ପାଇକାମାଳର ପୂର୍ବତନ ବିଡିଓ ସୁରେନ୍ଦ୍ର ମେହେର ସଇଁତଳା ତହସିଲଦାର, ଶଙ୍କର୍ଷଣ ବେହେରା ରାଜବୋରାସମ୍ବର ବିଡିଓ ଭାବେ କାମ କରିବେ ।

ବାସୁଦେବପୁର ବିଡ଼ିଓ ପ୍ରଣବ କୁମାର ବେହେରା ତିଗିରିଆ ବିଡିଓ, ତିଗିରିଆ ବିଡିଓ ଦିପ୍ତୀମୟୀ ବେହେରାଆଠଗଡ଼ ଉପଜିଲ୍ଲାପାଳ ଅଫିସରେ ଡେପୁଟି କଲେକ୍ଟର, ଅଭିପ୍ସା ମହାନ୍ତି କଟକ ଡେପୁଟି କଲେକ୍ଟର, ଶ୍ୟାମସୁନ୍ଦର ସାହୁ ଗଜପତି ନୂଆଗଡ଼ ତହସିଲଦାର, ଅଶୋକ କୁମାର ମାଝୀ ବ୍ୟାସନଗର ତହସିଲଦାର, ନିବେଦିତା ପରିଡ଼ା ପର୍ଜଙ୍ଗ ତହସିଲଦାର, ଅବିନାଶ ବିଶ୍ୱଜିତ ସେଠୀ ଦାଶରଥପୁର ତହସିଲଦାର, ସୁଚିତ୍ରା ମୁଗୁରି ନର୍ଲା ତହସିଲଦାର, ଦିବ୍ୟ ମହାନ୍ତି ବାଲେଶ୍ୱର ଡେପୁଟି କଲେକ୍ଟର, ଶୁଶ୍ରୀ ସୁପ୍ରିୟା ଠାକୁରମୁଣ୍ଡ ତହସିଲଦାର, ଅନନ୍ୟା ତ୍ରିପାଠୀ କେନ୍ଦ୍ରାପଡ଼ା ଡେପୁଟି କଲେକ୍ଟର, ଜୟନ୍ତ କୁମାର ଜୟସିଂହ ସତ୍ୟବାଦୀ ତହସିଲଦାର, ସୁନୀତା ଜେନା କୃଷି ବିଭାଗ ମୃତ୍ତିକା ସଂରକ୍ଷଣର ପ୍ରଶାସନିକ ଅଧିକାରୀ, ପଦ୍ମଚରଣ ସାହୁ ନୟାଗଡ଼ ତହସିଲଦାର, ସ୍ନିଗ୍ଧାରାଣୀ ପ୍ରଧାନ ଗୋଲାମୁଣ୍ଡ ବିଡିଓ, ଦାଶରଥୀ ସରାବୋ କୋଟପାଳ ବିଡିଓ ଭାବେ ଦାୟିତ୍ୱ ତୁଲାଇବେ । ଯୁଗୋଳ କିଶୋର ମିଶ୍ର ରଣପୁର ତହସିଲଦାର ଭାବେ ବଦଳି ହୋଇଛି ।

ଓଆର୍‌ଏସ ଅଫିସର ଚନ୍ଦ୍ରମଣୀ ସ୍ୱାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ବଦଳି ହୋଇଛି । ସତ୍ୟାନନ୍ଦ ପାତ୍ର ଧାମନଗର ସବ୍‌ ରେଜିଷ୍ଟ୍ରାର, ବିଷ୍ଣୁପ୍ରିୟା ବେହେରା ନିମାପଡ଼ା ଅତିରିକ୍ତ ତହସିଲଦାର, ଶିବାଶିଷ ପରିଡ଼ା ଖୋର୍ଦ୍ଧା ଅତିରିକ୍ତ ତହସିଲଦାର, ରବି ପାଢୀଙ୍କ ଓରେରାକୁ ବଦଳି ହୋଇଛି । ସନ୍ତୋଷ ପାଣିଗ୍ରାହୀ ସତ୍ୟବାଦୀର ଅତିରିକ୍ତ ତହସିଲଦାର, ହଳଧର ନାୟକ ଓଡ଼ିଆ ଭାଷା, ସଂସ୍କୃତି ବିଭାଗର ଓଏସ୍‌ଡି, ମନୋଜ କୁମାର ସେନାପତି ଖଣ୍ଡଗିରି ସବ୍‌ ରେଜିଷ୍ଟ୍ରାର, ଡ.ପୃଥ୍ୱୀରାଜ ପରିଡ଼ା ରେମୁଣାର ଅତିରିକ୍ତ ତହସିଲଦାର, ନିଶା ଗୋଏଙ୍କା ଆସିଷ୍ଟାଣ୍ଟ କଲେକ୍ଟର ପୁରୀ, ଅବିନାଶ ମହର ରଣପୁରର ଅତିରିକ୍ତ ତହସିଲଦାର ଭାବେ ନିଯୁକ୍ତି ପାଇଛନ୍ତି ।

Spread the love