ଓଏଏସ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ୍‌ ନିବେଦିତା ମିଶ୍ରଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ଜାରି କରାଯାଇଛି। ଉକ୍ତ ବିଜ୍ଞପ୍ତି ଅନୁସାରେ ଅବକାରୀ ବିଭାଗର ଅତିରିକ୍ତ ସଚିବ ପ୍ରମୋଦ କୁମାର ମିଶ୍ର ଓ ଲୋକସେବା ଆୟୋଗର ସଚିବ ଭାବେ ବଦଳି ହୋଇଛନ୍ତି। ଅନୁଗୋଳ ଜିଲ୍ଲା ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ସାହୁଙ୍କୁ ରାଜ୍ୟ ଏକ୍ସପୋର୍ଟ ଓ ପ୍ରମୋସନ ଆଣ୍ଡ ମାର୍କେଟିଂ(ଡିଇପିଏମ୍‌) ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଏବଂ ଆଠମଲ୍ଲିକ ଉପଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କୁ ଅନୁଗୋଳ ଜିଲ୍ଲା ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି ।

Spread the love