ପ୍ରକାଶ ପାଇଲା 2018 ଓଏଏସ୍‌ ରେଜଲ୍ଟ

ପ୍ରକାଶ ପାଇଲା 2018 ଓଏଏସ୍‌ ରେଜଲ୍ଟ  । ଦେବାଶିଷ ପଣ୍ଡା ଓଏଏସ୍‌ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି  ଋୁତୁପଣ୍ଣା ମହାପାତ୍ର  । ସେହିପରି ତୃତୀୟରେ ଆକାଶ କୁମାର ପଣ୍ଡା ଥିବା ବେଳେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି ସନ୍ତୋସିନୀ ଦାଶ । ମୋଟ 218 ଜଣ ଓଏଏସ୍‌ ପାଇଥିବା ବେଳେ ମହିଳାଙ୍କ ସଂଖ୍ୟା ଅଧିକ ରହିଥିବା ଦେଖିବାକୁ ମିଳିଛି । ନଭେମ୍ବର ମାସରେ ଏହି ପ୍ରଶାସନିକ ସେବାର ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଓଡ଼ିଶା ଲୋକସେବା ଆୟୋଗଙ୍କ ୱେବସାଇଟ୍ ଅନୁସାରେ ପରୀକ୍ଷାରେ ଦେବାଶୀଷ ପଣ୍ଡା ଟପ୍ପର ହୋଇଥିବାବେଳେ ତାଙ୍କ ତଳକୁ ଋତୁପୂର୍ଣ୍ଣା ମହାପାତ୍ର, ଆକାଶ କୁମାର ପଣ୍ଡା, ସନ୍ତୋଷିନୀ ଦାଶ, ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଶକ୍ତିଶ୍ରୀ ଅନୀଲରଞ୍ଜନ ସାହୁ, ଶତାବ୍ଦୀ ରାୟ, ଦମୟନ୍ତୀ ସାହୁ, ଶକ୍ତି ମହାପାତ୍ର ଓ ସ୍ମରଣିକା ଟୁଲୋ ଅଛନ୍ତି।

Spread the love