୨୭% ଓବିସି ପ୍ରାର୍ଥୀଙ୍କୁ ସଂରକ୍ଷଣ ଦେଇ ଲଲିପପ୍ ଧରାଇଛନ୍ତି ମୁଖ୍ୟମନ୍ତ୍ରୀ, ଅଭିଯୋଗ ଆଣିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

ଭୁବନେଶ୍ବର ୧୪।୮: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ଦଳୀୟ ଭାବେ ସଂରକ୍ଷଣ ଦେଇ ଲଲିପପ୍ ଧରାଇଛନ୍ତି ମୁଖ୍ୟମନ୍ତ୍ରୀ । ଛୋଟିଆ ଖେଳ ଖେଳିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଅଭିଯୋଗ ଆଣିଛନ୍ତି । ଆଜି ପର୍ଯ୍ୟନ୍ତ ନିଯୁକ୍ତି ଓ ଶିକ୍ଷାରେ ଓବିସିଙ୍କୁ ସଂରକ୍ଷଣ ଦେଇନାହାନ୍ତି । ଓବିସିଙ୍କୁ ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟ ଯାଇଛନ୍ତି ହେଲେ ଓକିଲ ଦେଇନାହାନ୍ତି । କେବେ ଅର୍ଜେଣ୍ଟ ମ୍ୟାଟର ବୋଲି ଲେଖିନାହାନ୍ତି । ଓବିସିଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବା ପାଇଁ ଷଡଯନ୍ତ୍ର ଚାଲିଛି ।

ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପଞ୍ଚାୟତରେ ଓବିସି ପ୍ରାର୍ଥୀ ପାଇଁ ଘୋଷଣା କରିଛି ବିଜେଡି । ଯଦି ପ୍ରକୃତରେ ରାଜନୈତିକ ନ୍ୟାୟ ଦେବାକୁ ଚାହୁଁଛନ୍ତି । ଯଦି ଇତିହାସ ରଚିବାକୁ ଚାହୁଁଛନ୍ତି ତେବେ ମୁଖ୍ୟମନ୍ତ୍ରୀ ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଓବିସି ବର୍ଗରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ । ଯଦି ରାଜନୈତିକ ନ୍ୟାୟ ଦେବାକୁ ଚାହୁଁଛନ୍ତି ତାହେଲେ ମନ୍ତ୍ରୀମଣ୍ଡଳରେ କାହିଁକି ଓବିସିଙ୍କ ପ୍ରତି ଅନ୍ୟାୟ ହୋଇଛି । ଏସସି, ଏସଟି ଓ ଓବିସିଙ୍କ ସଂଖ୍ୟା ୯୪ ପ୍ରତିଶତ ହୋଇଥିବା ବେଳେ ମାତ୍ର ୧୦ଜଣଙ୍କୁ କାହିଁକି ମନ୍ତ୍ରୀ ପଦ ଦିଆଯାଇଛି । ଆଉ ସାଧାରଣ ବର୍ଗରୁ ୬ ପ୍ରତିଶତ ଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ମନ୍ତ୍ରୀପଦ ଦିଆଯାଇଛି । ପଛୁଆ ବର୍ଗଙ୍କ ପ୍ରତି ଏ ଅନ୍ୟାୟ କ’ଣ ପାଇଁ କରିଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ସେ ପ୍ରଶ୍ନ କରିଛନ୍ତ ।

Spread the love