କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ

ଭୁବନେଶ୍ୱର/ଭଦ୍ରକ : ଗତ ୨୩ତାରିଖରେ ରାଜ୍ୟ ଓବିସି ମୋର୍ଚ୍ଚାର ରାଜ୍ୟ ସଂପାଦକ ସିଦ୍ଧାର୍ଥ ଶଙ୍କର ପତି କେନ୍ଦ୍ରଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀରେ ଭେଟି ଏକ ଦାବିପତ୍ର ଦେଇଛନ୍ତି। ଭଦ୍ରକର କେନ୍ଦ୍ରୀୟ ବିଦ୍ୟାଳୟର ଉନ୍ନତିକରଣ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟର ଅସର୍ମ୍ପୂ ପାଚେରିକୁ ସର୍ମ୍ପୂକରିବା, ଖେଳପଡ଼ିଆର ଉନ୍ନତିକରଣ, ଶିକ୍ଷକଶିକ୍ଷୟିତ୍ରୀ ତଥା କର୍ମଚାରୀଙ୍କ ପାଇଁ କ୍ୱାର୍ଟର ନିର୍ମାଣ ଇତ୍ୟାଦି କରିବାକୁ ଶ୍ରୀପତି ଅନୁରୋଧ କରିଛନ୍ତି । ଗମନାଗମନ କ୍ଷେତ୍ରରେ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ାରୁ ଅବିଭକ୍ତ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାକୁ ସିଧାସଳଖ ରେଳ ସଂଯୋଗର ବ୍ୟବସ୍ଥା ନାହିଁ।

ଏହି କାରଣରୁ ଗମନାଗମନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉତର ଏବଂ ଦକ୍ଷିଣ ଓଡ଼ିଶାବାସୀଙ୍କ ସ୍ୱାର୍ଥ, ସୁବିଧା ଓ ଗମନାଗମନକୁ ଦୃଷ୍ଟିଦେଇ ବାଲେଶ୍ୱରରୁ କୋରାପୁଟ ପର୍ଯ୍ୟନ୍ତ ସିଧାସଳଖ ଯାତ୍ରୀବାହୀ ରେଳ ସେବା ଆରମ୍ଭ ଓ ଭଦ୍ରକ ରେଳ ଷ୍ଟେସନର ଆଧୁନିକୀକରଣ କରିବାକୁ ଶ୍ରୀପତି କେନ୍ଦ୍ରମନ୍ତ୍ରୀଙ୍କୁ ଗତ ୨୪ ତାରିଖ ଦିନ ନୁଆଦିଲ୍ଲୀଠାରେ କେନ୍ଦ୍ର ରେଳମନ୍ତ୍ରୀ  ଅଶ୍ୱନୀ ବୈଷ୍ଣବଙ୍କୁ ଭେଟି ଶ୍ରୀପତି ଅନୁରୋଧ କରିଛନ୍ତି । ଏହି ପ୍ରସଙ୍ଗକୁ ଗୁରୁତ୍ୱ ସହ ବିଚାର କରି ବିହୀତ ପଦକ୍ଷେପ ଗ୍ରହଣ କରିବେ ବୋଲି ଉଭୟ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ ଏବଂ ଶ୍ରୀବୈଷ୍ଣବ ପ୍ରତିଶୃତି ଦେଇଥିବାର ଶ୍ରୀ ପତି ସୂଚନା  ଦେଇଛନ୍ତି ।

Spread the love