ଓଡିଆରେ ପ୍ରଥମ: “ଦେବଦାସ”, ଥିଏଟର୍ ଅଭିଜ୍ଞତା

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡିଆରେ ମଞ୍ଚସ୍ଥ ହେବାକୁ ଯାଉଛି, ‘ଦେବଦାସ- ମ୍ୟୁଜିକାଲ୍ ପ୍ଲେ’। ଅରୋମିରା ଏଣ୍ଟରଟେନମେଣ୍ଟ ଆଣିବ ସମ୍ପୂର୍ଣ ଓଡିଆରେ ଏହି କାଳଜୟୀ ପ୍ରେମ ଗାଥା ଯାହା ଦର୍ଶକ ରବୀନ୍ଦ୍ର ମଣ୍ଡପରେ ଏହି ମାସ ୨୭ ତାରିଖରେ ଉପଭୋଗ କରିବେ। ଦେବଦାସ ଛୋଟରାୟଙ୍କ ଦ୍ୱାରା ଲିଖିତ ଓ ଦେବ ମେହେରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଶାର ଏହି ପ୍ରଥମ ମ୍ୟୁଜିକାଲ୍ ପ୍ଲେ, “ଦେବଦାସ” ର ମୁଖ୍ୟ ଭୂମିକା ବା ଦେବଦାସ ହୋଇଛନ୍ତି ରାଣୋ ଜୟ, ପାରୋ ଭୂମିକାରେ ଅଛନ୍ତି ଶିତଲ ଏବଂ ଚନ୍ଦ୍ରାମୁଖୀ ଭୂମିକାରେ ଅଛନ୍ତି ବୈଶାଳୀ । “ଦେବଦାସ” ରେ ରହିଛି ଓମ ପ୍ରକାଶ ମହାନ୍ତିଙ୍କ ଦ୍ୱାରା ରଚିତ ଏବଂ ସୁସ୍ମିତା ଦାସ, ଅରବିନ୍ଦ ଦତ୍ତା ଏବଂ ଦିବ୍ୟାସମିତା ମିଶ୍ରଙ୍କ ଦ୍ୱାରା କଣ୍ଠଦାନ କରାଯାଇଥିବା ୧୦ ଟି ସଙ୍ଗୀତ ଯାହାକି ଯେସିକେ ଷ୍ଟୁଡିଓରେ ରେକର୍ଡ କରାଯାଇଛି |
ଏକ ଘଣ୍ଟାର ଏହି ମ୍ୟୁଜିକାଲ୍ ପ୍ଲେ ଏପ୍ରିଲ ୨୭ ତାରିଖ, ଗୁରୁବାର ସନ୍ଧ୍ୟା ୭ରୁ ମଞ୍ଚସ୍ଥ ହେବ ରାଜଧାନୀ ର ସବୁଠାରୁ ଲୋକପ୍ରିୟ ଥିଏଟର୍ ରବୀନ୍ଦ୍ର ମଣ୍ଡପରେ | ୯୦ ମିନିଟ ର ଏହି ମଲ୍ଟି ଷ୍ଟାରର୍ ହେଉଛି ପ୍ରେମର ବାର୍ତା ବହନ କରୁଥିବା ଏହି ମ୍ୟୁଜିକାଲ୍ ପ୍ଲେ ଦେଖାଇଛି ପ୍ରକୃତରେ ଦେବଦାସଙ୍କ ପରେ ଚନ୍ଦ୍ରମୁଖୀ ଏବଂ ପାରୋ ସହିତ କ’ଣ ଘଟିଥିଲା |
ଲେଖକ ଦେବଦାସ ଛୋଟରାୟ କହିଛନ୍ତି, “ମୁଁ ସମ୍ପୂର୍ଣ ଉତ୍ସାହିତ ଅଛି ଏହି ମ୍ୟୁଜିକାଲ୍ ପ୍ଲେ ପାଇଁ । ଭାରତୀୟ ସିନେମାରେ ‘ଦେବଦାସ’ ଅନେକ ସଂସ୍କରଣ ଦେଖିଛନ୍ତି, ତଥାପି ଉପନ୍ୟାସରେ ଅନେକ କିଛି ଅଛି ଯାହା ଦର୍ଶକଙ୍କୁ ସବୁବେଳେ ‘ଦେବଦାସ’ ସହ ଯୋଡିଥାଏ। ଦେବଦାସ’ର ଷ୍ଟେଜ୍ ମ୍ୟୁଜିକାଲ୍ ସଂସ୍କରଣ ପୂର୍ବରୁ କେବେ ଦେଖାଯାଇ ନଥିଲା ତେଣୁ ରବୀନ୍ଦ୍ର ମଣ୍ଡପରେ କଳାକାରଙ୍କ ଏହି ପ୍ରଦର୍ଶନ ନିଶ୍ଚିତ ଏକ ନୂଆ ଇତିହାସ ସୃଷ୍ଟି କରିବ।
ନିର୍ଦ୍ଦେଶକ ମେହେର କୁହନ୍ତି, “ଦେବଦାସ” ସମସ୍ତ ପ୍ରେମ କାହାଣୀର ମା’ ସଦୃଶ। ଏହି କାହାଣୀ 100 ବର୍ଷରୁ ଅଧିକ ସମୟ ଧରି ନିଜକୁ ବଜାୟ ରଖିଛି ଏବଂ କାହାଣୀରେ ଅନ୍ତର୍ନିହିତ କବିତା ଏବଂ ନାଟକ ପାଇଁ ବିଭିନ୍ନ ଭାଷାଗୁଡ଼ିକ ମଧ୍ୟରେ ସିନେମା ପାଇଁ ଅନୁକୂଳ ହୋଇଛି | ବର୍ତ୍ତମାନ ପ୍ରଥମ ଥର ପାଇଁ ମଞ୍ଚରେ ଏହା ସଙ୍ଗୀତ ମାଧ୍ୟମରେ ଦର୍ଶକଙ୍କୁ ସୃଜନଶୀଳତାର ଏକ ନୂଆ ଅଭିଜ୍ଞତା ଦେବ | ରବୀନ୍ଦ୍ର ମଣ୍ଡପର ଚିତ୍ତାକର୍ଷକ ସେଟ୍, ଆତ୍ମାକୁ ଛୁଇଁଲାପରି ମେଲୋଡି, ଚମତ୍କାର ନୃତ୍ୟ ଏବଂ ଜୀବନ୍ତ ପ୍ରଦର୍ଶନ ଦର୍ଶକଙ୍କୁ ନିଶ୍ଚିତ ଆକର୍ଷିତ କରିବ ବୋଲି ସମସ୍ତଙ୍କ ଆଶା ରହିଛି।

Spread the love