ମୁମ୍ବାଇ ଫିଲ୍ମ ମହୋତ୍ସବରେ ପୁରସ୍କୃତ ହେଲା ‘ପାଇକ ବିଦ୍ରୋହ’

ଭୁବନେଶ୍ୱର, ଓଡ଼ିଆ କ୍ଷୁଦ୍ର ଫିଲ୍ମ ‘ପାଇକ ବିଦ୍ରୋହ’କୁ ମିଳିଛି ବଡ଼ ସଫଳତା। ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ଚଳିତ ବର୍ଷ ନବମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଫିଲ୍ମ ମହୋତ୍ସବରେ ସ୍ପେଶାଲ ଜୁରୀ ପୁରସ୍କାର ହାସଲ କରିଛି।

ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଲାଭ କରିଥିବା ୧୮୧୭ର ପାଇକ ବିଦ୍ରୋହ ଉପରେ ଏହି ଫିଲ୍ମ ଆଧାରିତ। ପୂର୍ବରୁ ଏହି ଫିଲ୍ମ ୪ଟି ରାଜ୍ୟ ପୁରସ୍କାର ଯଥା ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ସିନେମାଟୋଗ୍ରାଫୀ, ଶ୍ରେଷ୍ଠ ଏଡିଟିଂ ଓ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ହାସଲ କରିଥିଲା। ‘ପାଇକ ବିଦ୍ରୋହ’ ଫିଲ୍ମରେ ଜୟୀ ରାଜଗୁରୁ ଭୂମିକାରେ ମନୋଜ ମିଶ୍ର, ବକ୍ସି ଜଗବନ୍ଧୁ ଭୂମିକାରେ ସମରେଶ ରାଉତରାୟ ଅଭିନୟ କରିଛନ୍ତି। ନିଶ୍ଚୟ ରାଉତ ଓ ଅନୁଜ ତ୍ୟାଗି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ସେହିପରି ଫିଲ୍ମର କଷ୍ଟ୍ୟୁମ୍ ଡିଜାଇନ୍ କରିଥିଲେ ସହପ୍ରଯୋଜକ ବର୍ଣ୍ଣାଳି ରଥ।

Spread the love