ଓଡ଼ିଆ ସାହିତ୍ଯିକ ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ

ଓଡିଆ ଭାଷା ସାହିତ୍ୟର ପ୍ରାଜ୍ଞ ପଣ୍ଡିତ, ଭାଷା ମୁକ୍ତି ଯୋଦ୍ଧା ପ୍ରଧ୍ୟାପକ ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ ହୋଇଛି । ୮୩ ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି ଡକ୍ଟର ନିତ୍ୟାନନ୍ଦ ଶତପଥୀ । ୧୯୩୭ ମସିହା ଅକ୍ଟୋବର ୨୫ ତାରିଖରେ ତିର୍ତ୍ତୋଲ ବ୍ଲକ ଗରେଇ ଶାସନଠାରେ ସେ ଜନ୍ମ ଗ୍ରହଣ କରିଥିଲେ । ୧୯୬୨ ରୁ ୧୯୬୯ ପର୍ଯ୍ଯନ୍ତ ରେଭେନ୍ସା ଓ ୧୯୭୬ରୁ ୧୯୯୨ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପନା କରିଥିଲେ ଡକ୍ଟର ନିତ୍ୟାନନ୍ଦ ଶତପଥୀ।୧୯୬୯ ମସିହାରେ ହେ ସାଥୀ, ହେ ସାରଥୀ ଶୀର୍ଷକରେ ଗୋପବନ୍ଧୁଙ୍କ ପୂର୍ଣ୍ଣାଙ୍ଗ ଜୀବନୀ ପୁସ୍ତକ ପ୍ରକାଶ ପାଇଥିଲା । ଏହା ପୂର୍ବରୁ ପତ୍ନୀ ପ୍ରତିଭାଙ୍କ ସହ ମିଳିତ ଭାବେ ‘ଆମ କବିତା’ନାମକ କବିତା ପ୍ରକାଶ ପାଇଥିଲା । ଶାରଳା ପୁରସ୍କାର ତାଙ୍କରି ସମ୍ପାଦନାରେ ପ୍ରତିଷ୍ଠା କରାଯାଇଥିଲ । ସବୁଜର ସାମ୍ପ୍ରତିକ, ସରଳରୁ ସମ୍ପ୍ରତି, ସତୁରୀରୁ ସହସାର୍ଦ୍ଧୀ ଅନେକ ଲେଖାର ସ୍ରଷ୍ଟା ହେଉଛନ୍ତି ଡକ୍ଟର ନିତ୍ୟାନନ୍ଦ ଶତପଥୀ ।

Spread the love