ଓଡ଼ିଆ ସମାଜର ଅଗ୍ରଦୂତ ହୁଅନ୍ତୁ ପ୍ରବାସୀ ଓଡ଼ିଆ: ଧର୍ମେନ୍ଦ୍ର ପ୍ରଧାନ

ଏକବିଂଶ ଶତାବ୍ଦୀରେ ଓଡିଶା ଭାରତର ୧ ନମ୍ବର ରାଜ୍ୟ ତଥା ପୃଥିବୀର ଏକ ଅଗ୍ରଣୀ ଅଂଚଳ ହେଉ ଏବଂ ଓଡିଶାର ପୁରୁଷାର୍ଥ ରଖୁଥିବା ପ୍ରବାସୀ ଓଡିଆ ଏହି ସମାଜର ଅଗ୍ରଦୂତ ହୁଅନ୍ତୁ ବୋଲି ରବିବାର ନୂଆଦିଲ୍ଲୀ ଠାରେ ଆୟୋଜିତ ପ୍ରବାସୀ ଓଡିଆ ଉତ୍ସବ ୨୦୧୯ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସମୟ ବଦଳିବା ଅନୁସାରେ ସମସ୍ତଙ୍କ ଭୂମିକା ଓ ଦାୟିତ୍ୱ ମଧ୍ୟ ବଦଳିଛି । ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସି ଦିଲ୍ଲୀରେ ଓଡିଆ ଲୋକମାନେ ବିଭିନ୍ନ କ୍ଷେତ୍ରରେ କୀର୍ତି ସ୍ଥାପନ କରିଛନ୍ତି । ଆଜି ଏହାକୁ ବ୍ୟାପକ କରିବାର ଆବଶ୍ୟକତା ଅଛି । ଲେଖାପଢା ଓ ଜ୍ଞାନରେ ସର୍ବାଭାରତୀୟ ସ୍ତରରେ ଓଡିଆ ଲୋକମାନେ ସୁନାମ ଆଣିପାରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love