ପରଲୋକରେ ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକ

ଭୁବନେଶ୍ୱର ୧୦।୦୮: ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକ । ୬୫ ବର୍ଷ ବୟସରେ କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ସେ କିଡନୀ ଜନିତ ରୋଗରେ ପୀଡିତ ଥିଲେ । ଓଡିଆ ଫିଲ୍ମ ସହ ସେ ଅନେକ ମେଗା ସିରିଏଲରେ ସଂଳାପ ରଚନା କରିଛନ୍ତି । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଓ ନାଟ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ଖବର ଅନୁଯାୟୀ, ଏକାଧାରାରେ ସେ ଥିଲେ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ନାଟ୍ୟ ଅଭିନେତା, ନାଟ୍ୟ ସଙ୍ଗଠକ, ସାହିତ୍ୟ ଓ ସଙ୍ଗୀତ ସାଧକ ।  ଫିଲ୍ମରେ ସଂଳାପ ଲେଖିଥିବା ବେଳେ ବହୁ ଓଡ଼ିଆ ନାଟକ ସହ ଟେଲି ସିରିଏଲରେ ସେ ସଂଳାପ ରଚନା କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ତଥା ଧାରାବାହିକ ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକ । ଅସୁସ୍ଥତା କାରଣରୁ କଟକ ସିଡିଏସ୍ଥିତ ବାସଭବନରେ ତାଙ୍କର  ଦେହାନ୍ତ ହୋଇଛି । ଦୀର୍ଘଦିନ ହେବ ସେ କିଡନି ଜନିତ ରୋଗରେ ପୀଡିତ ଥିଲେ । ମଲ୍ଟି ଅର୍ଗାନ ଫେଲୱର ଯୋଗୁ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି ।  ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଓ ନାଟ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି ।  ଆଜି ସକାଳୁ କଳା ଓ ନାଟ୍ୟ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି ।  ପରେ ସତୀଚଉଁରାସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ତେବେ ପେଶାରେ ସେ ବ୍ୟାଙ୍କ କର୍ମଚାରୀ ଭାବେ କାମ କରିଥିଲେ ବି ନାଟକ, ସାହିତ୍ୟ, ସଙ୍ଗୀତ ପ୍ରତି ଥିଲା ତାଙ୍କର ଦୁର୍ବଳତା। ସେ ଅନେକ ନାଟ୍ୟ ପୁସ୍ତକ ଲେଖିବା ସହ ଅନେକ ଧାରାବାହିକ ରଚନା କରିଛନ୍ତି  । ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ନିର୍ଦ୍ଦେଶକ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ‘ଗୋପରେ ବଢୁଛି କଳା କହ୍ନେଇ’। ସେ ସଂଳାପ ଦେଇଥିବା ଲୋକପ୍ରିୟ ସିନେମା ମଧ୍ୟରେ ରହିଛିସମୟ ଖେଳୁଛି ଚକା ଭଉଁରୀ, ରାଜା ଝିଅ ସଙ୍ଗେ ହୋଇଗଲା ଭାବ, ସମଥିଙ୍ଗ ସମଥିଙ୍ଗ,  ‘ପ୍ରେମୀ ନମ୍ବର-୧’, ‘ବର୍ଷା ମାଇଁ ଡାର୍ଲିଂ’, ‌’ପ୍ରେମ ଋତୁ ଆସିଲାରେ’, ‘ମୋତେ ତ ଲଭ୍‌ ହେଲାରେ’, ‘ମୁଁ ତତେ ଲଭ୍‌ କରୁଛି’, ‘୧୪୩ ଆଇ ଲଭ୍‌ ୟୁ’,  ଇତ୍ୟାତି। ପ୍ରାୟ ୭୦ଟି ଓଡ଼ିଆ ଚଳଚ୍ଚିତ୍ରରେ ସେ ସଂଳାପ ଲେଖିଥିବା ବେଳେ ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ସୁପର୍‌ହିଟ୍।

ରଣଜିତ୍‌ ଓଡ଼ିଶାର ବହୁ ଆଗ ଧାଡ଼ିର ଚଳଚ୍ଚିତ୍ର ନିର୍ଦ୍ଦେଶକ ଯଥା ସାଧୁ ମେହେର, ବସନ୍ତ ସାହୁ, ସୁଧାଂସୁ ମୋହନ ସାହୁ, ଅଶୋକ ପତି, ସୁଧାକର ବସନ୍ତଙ୍କ ସହ କାମ କରିଛନ୍ତି। ଏହାସହ ସେ ଅନେକ ନାଟକ ମଧ୍ୟ ରଚନା କରିଛନ୍ତି । ନିଜର ସାଧନା ପାଇଁ ତାଙ୍କୁ ସାହିତ୍ୟ ଏକାଡେମୀ ପୁରଷ୍କାର, ସଙ୍ଗୀତ ନାଟକ ଏକାଡେମୀ ପୁରଷ୍କାର, ଗଣକବି ବୈଷ୍ଣବ ସମ୍ମାନ , ବାଣୀଚିତ୍ର ସମ୍ମାନ, ଓଡିଆ ଫିଲ୍ମ ଫେୟାର ଆୱାର୍ଡ ସହ ଅନେକ ସମ୍ମାନରେ ସମ୍ମାନୀତ କରାଯାଇଛି ।

Spread the love