ଜାତୀୟ କ୍ରୀଡ଼ାରେ ପୁଣି ଚମକିଲେ ଓଡ଼ିଆ ପ୍ରତିଭା: ଆଣିଲେ କାଂସ୍ୟ ପଦକ

ଭୁବନେଶ୍ବର: ଗୋଆରେ ଜାରି ଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ପ୍ରତିଭାମାନେ ପୁଣି ଚମକିଛନ୍ତି। ମହିଳା ୧୦୦ ମିଟର ମିଡଲେ ରିଲେରେ ଓଡ଼ିଆ ଝିଅ ପ୍ରତ୍ୟାଷା ରାୟ, ସୋନିଆ ପଟେଲ, ମନ୍ନତା ମିଶ୍ର ଓ ସୃଷ୍ଟି ଉପାଧ୍ୟାୟ କାଂସ୍ୟ ପଦକ ହାସଲ କରିଛନ୍ତି। ସୁଇମିଂରେ ଏଭଳି ମେଡାଲ ଜିତିବା ଓଡ଼ିଶା ପାଇଁ ଦିତୀୟ। ଆଜି ଗୋଆରୁ ଭୁବନେଶ୍ୱର ପହଞ୍ଚିବା ପରେ ପରିବାର ଲୋକ ବହୁ ଖୁସିରେ ସମସ୍ତଙ୍କୁ ସ୍ବାଗତ କରିଛନ୍ତି। ଏହି ଅବସରରେ ପ୍ରତ୍ୟାଷା କହିଛନ୍ତି ଯେ ସେ ଦିନକୁ ୫ ଘଣ୍ଟାରୁ ଅଧିକ ପରିଶ୍ରମ କରିବାକୁ ପଡ଼ୁଥିଲା। ପରିଶ୍ରମର ଫଳ ମିଳିଛି। ବହୁତ୍ ଗର୍ବ ଅନୁଭବ ହେଉଛି। ଆଗକୁ ଆନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ଆଶା ଅଛି।

ସୂଚନାଯୋଗ୍ୟ, ଚଳିତ ଏସୀୟ କ୍ରୀଡ଼ାରେ ଓଡ଼ିଶାର ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। ପ୍ରତ୍ୟାଷା ରାୟ, ସୋନିଆ ପଟେଲ, ମନ୍ନତା ମିଶ୍ର ଓ ସୃଷ୍ଟି ଉପାଧ୍ୟାୟଙ୍କ ପୂର୍ବରୁ ଓଡ଼ିଶାକୁ ୩୫ଟି ପଦକ ଆସିସାରିଛି। ଏଥିରେ ୬ଟି ସ୍ବର୍ଣ୍ଣ, ୧୧ଟି ରୌପ୍ୟ ଓ ୨୧ଟି କାଂସ୍ୟ ପଦକ ସାମିଲ ରହିଛି।

Spread the love