ଆନ୍ତର୍ଜାତୀୟ ସ୍ତରରେ ଓଡିଆ ପୁଅ ଆଶିଷଙ୍କ ସୁନାମ, ଭଲିବଲ୍ ଚମ୍ପିଅନସିପ୍‌ରେ ଭାରତ ପାଇଁ ଖେଳି ହାସଲ କଲେ ବ୍ରୋଞ୍ଜ ପଦକ

ଟାଙ୍ଗୀ ୨୭।୮: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମର ଯୁବ ଭଲିବଲ ଖେଳାଳୀ ଆଶିଷ ସ୍ବାଇଁ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି । ଏହି ଯୁବ ପ୍ରତିଭା ଇରାନର ତେହେରାନରେ ଏସିଆନ୍ ମେନ୍ସ ଅଣ୍ଡର ୧୮ ଭଲିବଲ୍ ଚମ୍ପିଅନସିପ୍‌ରେ ଭାରତ ପାଇଁ ଖେଳି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।ସେ ଓଡିଶାର ଏକମାତ୍ର ଖେଳାଳୀ ଯିଏକି ଭାରତୀୟ ଦଳରେ ସାମିଲ ହୋଇଥିଲେ । ଆଶିଷ କେବଳ ଯେ ଦେଶର ନାଁ ରଖିଛନ୍ତି ତା’ନୁହେଁ ବରଂ ବିଶ୍ବ ଦରବାରରେ ରାଜ୍ୟର ଟେକ ରଖିଛନ୍ତି  । ଯାହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ସଫଳତା ପରେ ଆଶିଷଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୂଅ ।

Spread the love