ବାରାଣସୀରେ ଓଡ଼ିଆ ପାଳିଲେ ବୋଇତ ବନ୍ଦାଣ ଉତ୍ସବ, ଭସାଇଲେ ଧର୍ମ ଡଙ୍ଗା

ବାରାଣସୀ: ଉତ୍ତରପ୍ରଦେଶର ଆଧ୍ୟାତ୍ମିକ ନଗରୀ ବାରାଣସୀରେ ସୋମବାର ‌ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାରାଣାସେୟ ଉତ୍କଳ ସମାଜ (ଭିୟୁଏସ୍‌) ପକ୍ଷରୁ ଆୟୋଜିତ ଓଡ଼ିଶାର ମହାନ ସଂସ୍କୃତି ବୋଇତ ବନ୍ଦାଣ ଉତ୍ସବ ଆଜି ଭୋର୍‌ ସକାଳୁ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ (ବିଏଚ୍‌ୟୁ) ପରିସରରେ ପାଳନ କରାଯାଇଛି। ଏହି ସମାରୋହରେ ବିଏଚ୍‌ୟୁର ଛାତ୍ରଛାତ୍ରୀ ଓ ବାରାଣସୀ ଉତ୍କଳ ସମାଜର ସଦସ୍ୟ ସାମିଲ‌ ହୋଇଥିଲେ। ଏଠାରେ ଏକ ତୁଳସୀ ଚଉରା ସ୍ଥାପନ କରାଯାଇ, ଏହାର ସମ୍ମୁଖରେ ରଂଗ‌ୋଲୀ କରାଯାଇଥିଲା। ପରେ ତୁଳସୀ ଚଉରା ମୂଳରେ ଏକ ପାରଂପରିକ ପୂଜା କରାଯାଇଥିଲା। ଶେଷରେ ଓଡ଼ିଶାର ନୌବାଣିଜ୍ୟ ପରଂପରାକୁ ସମ୍ମାନ ଜଣାଇ ଏକ ସୁସଜ୍ଜିତ ‘ଧର୍ମ ଡଙ୍ଗା’ ଜଳାଶୟରେ ଭସାଯାଇଥିଲା।ସୁସଜ୍ଜିତ ବୋଇତକୁ ଅଭିନନ୍ଦନ, ଅନିର୍ବାଣ, ସରୋଜ, ସୋନାଲି, ବୈଷ୍ଣବୀ, ଚିରଂଜିବୀ, ଝୁନା ଓ ଋତିକି ପ୍ରସ୍ତୁତ କରିଥିଲେ। ବିଏଚ୍‌ୟୁରେ ପଢୁଥିବା ଛାତ୍ରଛାତ୍ରୀ, ବାରାଣସୀର ବସବାସ କରୁଥିବା ଓଡ଼ିଆ ଭାଇଭଉଣୀ ଯଥା ପ୍ରଫେସର କଲ୍ୟାଣ ଘଡେଇ, ପ୍ରଫେସର ଧନଞ୍ଜୟ ସାହୁ, ପ୍ରଫେସର ଟୁଇଙ୍କିଲ ପୃଷ୍ଟି, ପ୍ରଫେସର ଅଜିତ ମିଶ୍ର, ଡ. ସରୋଜ ପାଢ଼ୀ, ଡ. ଅମୀୟ କୁମାର ସାମଲ ପ୍ରମୁଖ ଯୋଗ ଦେଇଥିଲେ।

Spread the love