ଓଡିଶାରୁ ହରିୟାଣାକୁ ଚାଲାଣ ହେଉଥିବା ୧୫ ଲକ୍ଷ ଟଙ୍କାର ଗଞ୍ଜେଇକୁ ଜବତ କଲା ଅଡ଼ବା ପୋଲିସ

ଗଜପତି ଜ଼ିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ଥମିବାର ନା ନେଉନି । ଗୁରୁବାର ଜ଼ିଲ୍ଲାର ଅଡବା ଥାନା ନଳାଘାଟ ଅଞ୍ଚଳରୁ ହରିୟାଣା ଚାଲାଣ ହେଉଥିବା ବେଳେ ଏକ ଟ୍ରକ ସହ ୩୧୬କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ସ୍ଥାନୀୟ ମାଫିଆଙ୍କ ସହ ଚାରିଜଣ ହରିୟାଣାର ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ । ରାୟଗଡା – ଗଜପତି ସୀମାନ୍ତ ଅଞ୍ଚଳରେ ପୋଲିସ ପେଟ୍ରୋଲିଙ୍ଗକରୁଥିବା ବେଳେ ଟ୍ରକଟିକୁ ତଲାସି କଲାବେଳେ ଟ୍ରକର ସିକ୍ରେଟ ଚାମ୍ବରରୁ ୧୫ ଟି ଜରିବସ୍ତାରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ ଜାଣିବାକୁ ପାଇଥିଲେ । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୧୫ ଲକ୍ଷ ରୁ ଉର୍ଦ୍ଧ ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ଏସ୍. ଡି. ପି. ଓ ଦିଲ୍ଲୀପ କୁମାର ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Spread the love