ଚିତ୍ତରଞ୍ଜନ ମୃତ୍ୟୁ ଘଟଣା, ଜଗାର ଚାଲିଛି ଲାଏ ଡିଟେକ୍ସନ ଟେଷ୍ଟ

ପୁରୀ ୧୯।୧୨:  ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ରହସ୍ୟର ତଦନ୍ତ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଗନ୍ନାଥ ଷଡଙ୍ଗୀ ଓରଫ ଜଗାର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି। ଆବଶ୍ୟକ ପଡ଼ିଲେ ଘଟଣା ସହ ଜଡିତ ଅନ୍ୟମାନଙ୍କୁ ପୁଣିଥରେ ପଚରାଉଚୁରା କରାଯିବ ଏବଂ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ଗତକାଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି। ଘଟଣାସ୍ଥଳରୁ ମିଳିଥିବା ସାମଗ୍ରୀର ବୈଷୟିକ ଓ ସାଇଣ୍ଟିଫିକ ଅଧ୍ୟୟନ କରାଯାଉଛି। ରକ୍ତ ନମୁନା, ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ଆସିବା ପରେ ମୃତ୍ୟ ରହସ୍ୟର ପର୍ଦ୍ଦାଫାଶ୍ ହେବ ବୋଲି ଆଶା କରାଯାଉଛି।

Spread the love