ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା “ଏପି’’ ସିରିଜର ଉଠାଣ
ଓଡ଼ିଶା ସରକାରଙ୍କର ଅର୍ଥ ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନାର ୪୧ ତମ ଉଠାଣ (ଏପି ସିରିଜ) ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ବିଚାରପତି ରମେଶ ଚନ୍ଦ୍ର ଚିନ୍ନାରା, ଅର୍ଥ ବିଭାଗର ଅବସରପ୍ରାପ୍ତ ସ୍ୱତନ୍ତ୍ର ଶାସନ ସଚିବ ଚଣ୍ଡୀକା ପ୍ରସାଦ ମହାନ୍ତି ଓ ରସାୟନ ବିଜ୍ଞାନର ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା କବିୟତ୍ରୀ ଡ଼କଫର ଶ୍ରୀମତୀ ବିଦୁ୍ୟତପ୍ରଭା ଗନ୍ତାୟତ ପ୍ରମୁଖ, ବିଚାରପତି ଭାବେ ଯୋଗଦାନ କରିଥିଲେ । ଏହି ଯୋଜନାରେ ୨୪୨୮ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୭ଟି ବର୍ଗରେ ସର୍ବାଧିକ ୫ ଲକ୍ଷ ଏବଂ ସର୍ବନିମ୍ନ ୨୦୦୦ ଟଙ୍କା ହିସାବରେ ସମୁଦାୟ ୭୪ ଲକ୍ଷ ମୂଲ୍ୟର ପୁରସ୍କାର ରାଶି ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି ।
ଉକ୍ତ କାର୍ଯ୍ୟକ୍ରମରେ ଆର୍ଥିକ ଅନ୍ତର୍ଭୂତିକରଣ ନିର୍ଦ୍ଦେଶକ ତଥା ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରଦୀପ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗାଦେଇ ଜନସାଧାରଣଙ୍କୁ ଚିଟଫଣ୍ଡ ସଂସ୍ଥାମାନଙ୍କଠାରୁ ଦୂରେଇ ରହି, କେବଳ ଡ଼ାକଘର କିମ୍ବା ବ୍ୟାଙ୍କମାନଙ୍କରେ, ପ୍ରଚଳିତ ସ୍ୱଳ୍ପ ସଞ୍ଚୟ ଯୋଜନାରେ ନିଜର କଷ୍ଟୋପାର୍ଜିତ ଅର୍ଥକୁ ନିବେଶ କରିବା ପାଇଁ ଅନୁରୋଧ କରିଥିଲେ । ସ୍ୱଳ୍ପ ସଞ୍ଚୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରାଉତ ସ୍ୱାଗତ ଭାଷଣ ଦେବା ସଂଗେ ସଂଗେ ପ୍ରଚଳିତ
ସ୍ୱଳ୍ପ ସଞ୍ଚୟ ଯୋଜନାଗୁଡ଼କ ବେଶ ସରଳ, ସୁନିଶ୍ଚିତ ଏବଂ ସୁରକ୍ଷିତ ହୋଇଥିବାରୁ ଏହା ଲୋକପି୍ରୟ ହୋଇପାରିଛି ବୋଲି ସୂଚନା ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମ ପରିଶେଷରେ ସ୍ୱଳ୍ପ ସଞ୍ଚୟ ବିଭାଗର ଉପନିର୍ଦ୍ଦେଶକ ତଥା ଉପଶାସନ ସଚିବ ସାଧବ ଚନ୍ଦ୍ର ସାହୁ ଧନ୍ୟବାଦ ଅନଁଣ କରିଥିଲେ । ଏହି ଅବସରରେ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରଦୀପ କୁମାର ନନ୍ଦ, ଯୁଗ୍ମ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ଅର୍ଥ ବିଭାଗରେ କାର୍ଯ୍ୟରତ ଜାତୀୟ ସୂଚନା କେନ୍ଦ୍ରର ନିର୍ଦ୍ଦେଶିକା
ମିନତୀ ସାହୁ ଏବଂ ସ୍ୱଳ୍ପ ସଞ୍ଚୟ ସହ ନିର୍ଦ୍ଦୋକ ତଥା ଅନୁଶାସନ ସଚିବ ଦୀନବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅର୍ଥ ବିଭାଗରେ କାର୍ଯ୍ୟରତ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ରଞ୍ଜନ
କୁମାର ଦାଶ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।