ଓଡ଼ିଶା ଅର୍ଜୁନ ଦୂତି; ସୁନୀତା, ପ୍ରଜ୍ଞାନଙ୍କ ଅବସର, ଖେଲୋ ଇଣ୍ଡିଆ ପଦାର୍ପଣ

କରୋନା କାଳ ଆସିବା ପୂର୍ବରୁ କଳିଙ୍ଗ ହକି କଂପ୍ଲେକ୍ସରେ ଏଫଆଇଏଚ୍‌ ପ୍ରୋ ଲିଗ୍‌, କିଟ୍‌ରେ ଜାତୀୟ ଭଲିବଲ୍ ପ୍ରତିଯୋଗିତା, କଟକରେ ମହିଳା ଚାଲେଞ୍ଜର୍‌ କ୍ରିକେଟ୍, ଜାତୀୟ ଉପକନିଷ୍ଠ ସଫ୍ଟବଲ୍, ଭୁବନେଶ୍ବରରେ ଜାତୀୟ ସ୍ପୋର୍ଟସ କ୍ଲାଇମ୍ବିଂ ପ୍ରତିଯୋଗିତା, ପୂର୍ବାଞ୍ଚଳ କରାଟେ ପ୍ରତିଯୋଗିତା, ସର୍ବଭାରତୀୟ ବନ କ୍ରୀଡ଼ା ଏବଂ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଆୟୋଜିତ ହୋଇଥିଲା ସଫଳତାର ସହ। ଏହା ମଧ୍ୟରୁ ସ୍ପୋର୍ଟସ କ୍ଲାଇମ୍ବିଂ, ପୂର୍ବାଞ୍ଚଳ କରାଟେରେ ଓଡ଼ିଶା ବିଜେତା ହୋଇଥିଲା। ସର୍ବଭାରତୀୟ ବନ କ୍ରୀଡ଼ାରେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ୮ ସ୍ବର୍ଣ୍ଣ ସହ ୨୨ ପଦକ ଜିତି ନେଇଥିଲେ ଓଡ଼ିଆ।

ନବମ ଅର୍ଜୁନ

ବିଦା ବର୍ଷ କରୋନାର କୋହ ଭିତରେ ବୁଡ଼ି ରହିଥିଲା, କିନ୍ତୁ ଖେଳପଡ଼ିଆ ବ‌ାହାରୁ ଓଡ଼ିଶାକୁ ସବୁଠୁ ବଡ଼ ଖବର ଦେଇଥିଲେ ଦୂତି ଚାନ୍ଦ। ରାଜ୍ୟର ନବମ ଖେଳାଳି, ଚତୁର୍ଥ ମହିଳା ତଥା ଦ୍ବିତୀୟ ଧାବିକା ଭାବେ ଦୂତି ଜିତିଥିଲେ ମର୍ଯ୍ୟାଦାଜନକ ଅର୍ଜୁନ ପୁରସ୍କାର। ଦୂତିଙ୍କ ସହ ମିଶି ବିଶ୍ବ ବିଜେତା ପାରା ବ୍ୟାଡମିଣ୍ଟନ୍‌ ଖେଳାଳି ତଥା ୨୦୧୯ର ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ ମଧ୍ୟ ଟାଇମ୍ସ ଅଫ୍‌ ଇଣ୍ଡିଆ

ଓଡ଼ିଶାର ୨୦୨୦ ଚେସ୍‌ ସଫଳତା ପଦ୍ମିନୀ ରାଉତଙ୍କ ଏସୀୟ ନେସନ୍ସ (ରିଜିଅନ୍) ମହିଳା ଦଳଗତ ପ୍ରତିଯୋଗିତା ସ୍ବର୍ଣ୍ଣ ପଦକ ବିଜୟରେ ସୀମିତ ରହିଥିଲା। ଭାରତୀୟ ମହିଳା ଦଳକୁ ସ୍ବର୍ଣ୍ଣ ପଦକ ବିଜୟୀ କରିବାରେ ପଦ୍ମିନୀ ପ୍ରମୁଖ ଭୂମିକା ତୁଲାଇଥିଲେ। ମୁମ୍ବାଇ ଅନ୍ତର୍ଜାତୀୟ ଚେସ୍‌ ବ୍ଲିଜ୍‌ ବର୍ଗରେ ୟାଶିତା ରାଉତ ରୌପ୍ୟ ପଦକ ଜିତିବା ଅନ୍ୟତମ ପ୍ରମୁଖ ଖବର ଥିଲା। କିଟ୍‌ରେ ଅନ୍ତଃଜୋନ୍‌ ବିଶ୍ବବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା ବି ଖେଳାଯାଇଥିଲା। କିନ୍ତୁ କରୋନାକାଳୀନ ଅନ୍‌ଲାଇନ୍‌ ଚେସ୍‌ ପ୍ରତିଯୋଗିତା ଆୟୋଜନ କରିବାରେ ଏସ୍‌ଆର୍‌ ଚେସ୍‌ କେନ୍ଦ୍ର ରାଜ୍ୟର ସର୍ବପ୍ରଥମ କ୍ରୀଡ଼ା ଅନୁଷ୍ଠାନ ପାଲଟିବାର ଗୌରବ ଆଣିଥିଲା।
ହକି ବିବାଦ

ଓଡ଼ିଶାରେ ଏଫଆଇଏଚ୍‌ ପ୍ରୋ ଲିଗ୍ ଆୟୋଜନ ସହିତ ୨୦୨୦ କ୍ରୀଡ଼ା ଅଭିଯାନ ଆରମ୍ଭ ହୋଇଥିଲା। ୨୦୨୧ରେ ମଧ୍ୟ ଏହି‌ ପ୍ରୋ ଲିଗ୍ ଭୁବନେଶ୍ବରରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ପ୍ରୋ ଲିଗ୍‌ ଦଳରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସ୍ଥାନ ପାଇଥିଲେ। ଅନ୍ୟପକ୍ଷରେ ଘରୋଇ ହକିରେ ବିବାଦ କାରଣରୁ ଓଡ଼ିଆ ଖେଳାଳିଙ୍କ ସ୍ବାର୍ଥ ବିରୋଧୀ ଆଶଙ୍କା ଜାତ ହୋଇଥିଲା। କିଛି ବୈଷୟିକ ତ୍ରୁଟି ଦର୍ଶାଇ ହକି ଗାଙ୍ଗପୁର-ଓଡ଼ିଶାର ସଦସ୍ୟତାକୁ ହକି ଇଣ୍ଡିଆ ନାକଚ କରିଦେଇଥିଲା। ଶେଷରେ ଅବଶ୍ୟ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ ବଳରେ ରାଜ୍ୟ ଦଳ ଜାତୀୟ ପ୍ରତିଯୋଗିତାରେ ଖେଳିବାର ସ‌ୁଯୋଗ ପାଇଥିଲା।
ବ୍ୟାଡମିଣ୍ଟନ୍‌ ବଢ଼ୁଛି
ରାଜ୍ୟରେ ବ୍ୟାଡମିଣ୍ଟନ୍‌ ଖେଳ‌ ଯେ ଅଗ୍ରଗତି ପଥରେ ଏହାର ପ୍ରମାଣ କ୍ରମେ ମିଳି ଚାଲିଛି। ଅବଶ୍ୟ ଏହା ଋତାପର୍ଣ୍ଣା ପଣ୍ଡା ଏବଂ ପ୍ରମୋଦ ଭଗତଙ୍କ ସଫଳତାରେ ସୀମିତ ରହିଛି। ବେଙ୍ଗାଲୁରୁ ଏବଂ ଗୋଆରେ ଦୁଇ ଦ୍ବିମୁକୁଟ ଅର୍ଜନ କରିଥିବା କଟକ ଝିଅ ଋତାପର୍ଣ୍ଣା ଏକଲବ୍ୟ ସମ୍ମାନ ପାଇବାକୁ ବି ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ବ୍ରାଜିଲ୍‌ ଓ ପେରୁ ପାରା ବ୍ୟାଡମିଣ୍ଟନ୍‌ ପ୍ରତ‌ିଯୋଗିତାରୁ ବି କ୍ରମାଗତ ଦ୍ବିମୁକୁଟ ଅର୍ଜନ କରିଥିଲେ ପ୍ରମୋଦ ଭଗତ। କରୋନା ପାଇଁ ଓଡ଼ିଶାରେ ଖେଳାଯିବାକୁ ଥିବା ଜାତୀୟ ପାରା ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତାକୁ କିନ୍ତୁ ସ୍ଥଗିତ ରଖିବାକୁ ପଡ଼ିଥିଲା।

Spread the love