ପ୍ରତିଦିନ ୬ ଘଣ୍ଟା ଲେଖାଏଁ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ
ଭୁବନେଶ୍ୱର : ଏଥର ପ୍ରତିଦିନ ୬ ଘଣ୍ଟା ଲେଖାଏଁ ଚାଲିବ ବିଧାନସଭା ବଜେଟ୍ ଅଧିବେଶନ । ଏନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଅଧିବେଶନ କିଭଳି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସି ଆଲୋଚନା କରାଯାଇଛି ।
ସୂଚନ ଥାଉକି, ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ। ଜୁଲାଇ ୨ରୁ ଆରମ୍ଭ ହେଉଛି ବଜେଟ୍ ଅଧିବେଶନ। ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବେ। ଏହି ଅଧିବେଶନ କିଭଳି ସୁରୁଖୁରରେ ଚାଲିବ ସେଥିପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସବୁ ଦଳର ନେତାମାନେ ଯୋଗ ଦେଇଥିଲେ। ମୌସୁମୀ ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟଦିବସ ରହିଛି। ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨ରୁ ୬ ତାରିଖ ଯାଏ ଗୃହ ଚାଲିବ। ଜୁଲାଇ ୭ରୁ ୧୩ ପର୍ଯ୍ୟନ୍ତ ଗୃହ ମୁତଲବୀ ରହିବ। ୧୪ରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏ ଚାଲିବ। ସେପଟେ ଆଜିଠାରୁ ବିଧାୟକ, ମନ୍ତ୍ରୀଙ୍କ କୋଭିଡ଼ ଟେଷ୍ଟ ମଧ୍ୟ ବିଧାନସଭା ପରିସରରେ ହେବ। ତିନିଦିନ ଧରି ବିଧାନସଭା ପରିସରରେ ଚାଲିବ କୋଭିଡ଼ ଟେଷ୍ଟ। ଯେହେତୁ ସାରା ରାଜ୍ୟରେ କରୋନା ଗ୍ରାଫ ଟିକେ ଉପରମୁହାଁ ହେଉଛି। ତାକୁ ଦୃଷ୍ଟିରେ ଏ ଅଧିବେଶନ କୋଭିଡ଼ କଟକଣା ଭିତରେ ହୋଇପାରେ।