ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଧାର୍ଯ୍ୟ ସମୟର ଦିନକ ପୂର୍ଵରୁ ଅନର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ

ସରିଲା ବିଧାନସଭା ମୌସୁମୀ ଅଧିବେଶନ। ଧାର୍ଯ୍ୟ ସମୟର ଦିନକ ପୂର୍ଵରୁ ବିଧାନସଭାକୁ ଅନର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ କରାଯାଇଛି। ଆଜି ବିଧାନସଭାରେ ୨୮ ହଜାର ୨ଶହ କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହୀତ ହୋଇଛି। ଗତ ୨୨ ତାରିଖରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିଲା ଏଥର ବେଶ ସରଗରମ ରହିଥିଲା ଅଧିବେଶନl

ବିରୋଧୀଙ୍କ ଉପରେ ଭାରୀ ପଡ଼ିଥିଲା ଶାସକ ଦଳ। ବିଧାନସଭା ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଭିଯୋଗ ଶୁଣାଣୀକୁ ନେଇ ତମ୍ବିତୋଫାନ କରିବାକୁ ଯୋଜନା କରିଥିଲା ବିରୋଧୀ । କିନ୍ତୁ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଗୃହରେ ବିବୃତି ରଖି ବିକାଶ କାର୍ଯ୍ୟକୁ ଯିଏ ବିରୋଧ କରୁଛନ୍ତି ସେମାନଙ୍କୁ ଜନ ବିରୋଧୀ ବୋଲି କହିଥିଲେ। ମୌସୁମୀ ଅଧିବେଶନରେ ବାଚସ୍ପତିଙ୍କୁ ଅସମ୍ମାନ ପ୍ରଦର୍ଶନ ଅଭିଯୋଗରେ ବିଜେପି ବିଧାୟକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ସସପେଣ୍ଡ କରାଯାଇଥିଲା ।

Spread the love