ବନ୍ଦ ସମ୍ପୂର୍ଣ୍ଣ ସଫଳ, ରାଜ୍ୟବାସୀଙ୍କୁ ପିସିିସି ସଭାପତି ନିରଞ୍ଜନଙ୍କ ଧନ୍ୟବାଦ

ଭୁବନେଶ୍ବର:ରାଜ୍ୟ କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଥିବା 6 ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।ମୋଦି ଓ ନବୀନଙ୍କ ରାଜତ୍ବ ସମୟରେ ସାଧାରଣ ଖାଉଟି ଦରଦାମ ବୃଦ୍ଧି ଯୋଗୁଁ ବହୁ ପରିମାଣରେ ହିନସ୍ତା ହେଉଛନ୍ତି। ଯାହାର ଫଳସ୍ବରୂପ ଆଜିର ବନ୍ଦରେ ସେମାନଙ୍କ ସ୍ବତଃ ପ୍ରବୃତ୍ତ ସମର୍ଥନରୁ ଜଣାପଡିଛି ବୋଲି ନିରଞ୍ଜନ କହିଛନ୍ତି।ଆମେ ଜନସାଧାରଣଙ୍କ ଦାବି ଉପସ୍ଥାପନ କରୁଛୁ । ଯେତେଦିନ ପର୍ଯ୍ୟନ୍ତ ସରକାର ଏହା ନକରିଛନ୍ତି ସେପର୍ଯ୍ୟନ୍ତ ଏହିପରି ଆନ୍ଦୋଳନ ଜାରି ରଖିବ ବୋଲି ପିସିସି ସଭାପତି କହିଛନ୍ତି।

Spread the love