ଆଜି ଓଡ଼ିଶା ବନ୍ଦ

ନବନିର୍ମାଣ କୃଷକ ସଙ୍ଗଠନ ଆଜି ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବି କରି ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ବନ୍ଦ ପାଳନ ଆରମ୍ଭ କରିଛି। ସଙ୍ଗଠନର କର୍ମୀମାନେ ବିଭିନ୍ନ ଜିଲ୍ଳା ମୁଖ୍ୟାଳୟ ଓ ସଦର ମହକୁମାମାନଙ୍କରେ ବିକ୍ଷୋଭ ପ୍ରଦଶର୍ନ କରି ରାସ୍ତାରେ ଯାହାକିଛି ସ୍ୱଳ୍ପ ଯାନବାହନ ଚଳାଚଳ କରୁଛି ତାହାକୁ ଅଟକାଉଛନ୍ତି। ରାଜ୍ୟ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ସଡ଼କପଥରେ ବସ୍‌, ଟ୍ରକ୍‌, କାର୍‌ ଓ ଅନ୍ୟାନ୍ୟ ପରିବହନ ମାଧ୍ୟମ ଚଳାଚଳ କରୁନାହିଁ। ରେଳଚଳାଚଳ ମଧ୍ୟ ବନ୍ଦ ରହିଛି। ଦୋକାନ ବଜାର ମଧ୍ୟ ଖୋଲି ନାହିଁ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବନ୍ଦ ପ୍ରଭାବ ଅନୁଭୂତ ହେଉଛି। ରାଜନୈତିକ ଦଳ କଂଗ୍ରେସ ଓ ଭାଜପା କୃଷକମାନଙ୍କର ବନ୍ଦ ପାଳନକୁ ସମର୍ଥନ ଜଣାଇ ସେମାନଙ୍କ ସହଯୋଗ ଦେଇଛି। ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Spread the love