ଦଳୀୟ ସା°ଗଠନିକ ସ°ରଚନା ଅନୁଧ୍ୟାନ ନିମନ୍ତେ ବିଜେପି ନେତୃତ୍ଵଙ୍କ ସୁରଟ ଗସ୍ତ

ଭୁବନେଶ୍ୱର: ଦଳୀୟ ରାଜନୈତିକ ସ°ଗଠନିକ ସରଞ୍ଚନା ଓ କାର୍ଯ୍ୟ ଶୈଳୀ ସମ୍ପର୍କରେ ବିଶେଷ ଅନୁଧ୍ୟାନ ନିମନ୍ତେ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶର ଏକ ରାଜ୍ୟ ସ୍ତରୀୟ ୯ ଜଣିଆ ନେତୃମଣ୍ଡଳୀ ଗୁଜରାଟ ଯାଉଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ  ଜେପି ନଡ୍ଡାଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଦେଶ ଅଧ୍ୟକ୍ଷ ସମୀର ମହାନ୍ତି ଅନୁମୋଦନ କ୍ରମେ ରାଜ୍ୟର ନେତୃବୃନ୍ଦଙ୍କର ଏକ ୯ ଜଣିଆ ଟିମ୍ ଆସନ୍ତାକାଲି ସକାଳେ ଭୁବନେଶ୍ଵର ରୁ ସୁରଟ ଯାତ୍ରା କରୁଛନ୍ତି। ଏହି ଟିମ୍ ୧୭,୧୮ ଓ ୧୯ ସେପ୍ଟେମ୍ବର ୩ଦିନ ଧରି ସୁରଟ ଠାରେ ଦଳର ସା°ଗଠନିକ ସ୍ଥିତି ଓ ବ୍ୟବସ୍ଥା, ସା°ଗଠନିକ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ବିଶେଷ ଅନୁଧ୍ୟାନ କରିବେ। ଏହି ରାଜ୍ୟସ୍ତରୀୟ ଟିମ୍ ରେ ଭୁବନେଶ୍ୱର ସା°ସଦ ରାଜ୍ୟ ଉପସଭାପତି ତଥା ରାଷ୍ଟ୍ରୀୟ ମୁଖପାତ୍ର  ଅପରାଜିତା ଷଡ଼ଙ୍ଗୀ, ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ, ଉପସଭାପତି ଭୃଗୁ ବକ୍ସିପାତ୍ର, ବିଧାୟକ ନାଉରୀ ନାଏକ, ଡ଼ ମୁକେଶ ମହାଲିଙ୍ଗ୍, ସମ୍ପାଦକ ଅଭିମନ୍ୟୁ ସେଠୀ, ପୂର୍ବତନ ସାଧାରଣ ସମ୍ପାଦକ ଶାରଦା ଶତପଥୀ, ପୂର୍ବତନ ସମ୍ପାଦକ ଅଶୋକ ମିଶ୍ର ଓ ବିଜେପି ଆଇଟି ବିଭାଗ ପ୍ରମୁଖ ସ୍ୱୟଂ ପ୍ରକାଶ ବିଶ୍ଵାଳ ପ୍ରମୁଖ ଗସ୍ତରେ ଯାଉଛନ୍ତି ଵୋଲି ରାଜ୍ୟ ମିଡ଼ିଆ ବିଭାଗ ପ୍ରମୁଖ ଦିଲୀପ ମଲ୍ଲିକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Spread the love