ମାଆମାନେ ଚାହିଁଲେ ୨୫ କି ୫୦ ବର୍ଷ ନୁହେଁ ଆଗାମୀ ୧୦୦ ବର୍ଷ ଶାସନ କରିବ ବିଜେଡି: ମୁଖ୍ୟମନ୍ତ୍ରୀ

ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜେଡ଼ି । ପୁରୀ ତାଳବଣିଆରେ ବିଜୁ ଜନତା ଦଳର ବିଶାଳ ସମାବେଶରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ସମସ୍ତଙ୍କୁ ନୂଆବର୍ଷ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି । ଲୋକଙ୍କ ପାଇଁ ଭଲକାମ କରିବାକୁ ବାର୍ତ୍ତା ଦେଇଛନ୍ତି । ମାଆ, ଆଦିବାସୀ ଓ ଚାଷୀ ଭାଇଭଉଣୀମାନଙ୍କ ପାଇଁ କାମ କରିବା । ଓଡିଶା ଲୋକଙ୍କ ପାଇଁ ଭଲ କାମ କରନ୍ତୁ । ୨୫ବର୍ଷ ଧରି ସେବା କରିଥିବାରୁ ଲୋକଙ୍କ ପାଖରେ ଋଣି । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେବା ମୁଖ୍ୟ କର୍ତ୍ତବ୍ୟ । ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ବିଜେଡି । ବିଜେଡି ଏକ ସଫଳ ଆଞ୍ଚଳିକ ଦଳ । ବିଜେଡି ଦଳ ନୁହେଁ, ଏକ ସାମାଜିକ ଆନ୍ଦୋଳନ । ବିଜେଡି ସବୁବେଳେ ଅଞ୍ଚଳର ବିକାଶ ପାଇଁ କାମ କରିଛି । ମହିଳା ସଶକ୍ତିକରଣକୁ ଦଳ ଗୁରୁତ୍ୱ ଦେଇଛି । ମହିଳା ସଶକ୍ତ ହେଲେ ରାଜ୍ୟ ଓ ଦେଶ ସଶକ୍ତ ହେବ । ମା, ମାନଙ୍କ ଆଶୀର୍ବାଦ ରହିଲେ ଦଳ ୨୫ କ’ଣ ୫୦ ବର୍ଷ ପର୍ଯ୍ୟନ୍ତ କାମ କରିବ । ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ ବିଜେଡି ଲୋକଙ୍କ ପାଇଁ କାମ କରିବ । କେବଳ ସେତିକି ନୁହେଁ ବନ୍ୟା, ବାତ୍ୟା କ୍ଷେତ୍ରରେ ଓଡିଶା ସଫଳ ମୁକାବିଲା କରୁଛି । ଖାଦ୍ୟ ନିରାପତ୍ତା ଦେଶବିଦେଶରେ ଓଡିଶାର ମଡେଲକୁ ପ୍ରଶଂସା କରାଯାଉଛି । କ୍ଷେତ୍ରରେ ଆମେ ଆଉ ନିର୍ଭରଶୀଳ ନାହୁଁ ।

Spread the love