ଇଣ୍ଡିଆ ଟୁଡେର ମୁଡ୍ ଅଫ୍ ଦି ନେସନ୍ ସର୍ଭେ, କୋଭିଡ୍-୧୯ ପରିଚାଳନାରେ ପୁଣି ୧ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ

ଭୁବନେଶ୍ବର ୧୮।୮: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନ୍ । କୋଭିଡ୍-୧୯ ପରିଚାଳନାରେ ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ଦ୍ବାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ ସର୍ଭେରେ, ଦେଶରେ କୋଭିଡ୍ ପରିଚାଳନାରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଏହି ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଦେଶରେ ଦ୍ବିତୀୟରେ ରହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଓ ତାଙ୍କ ପରେ ଅଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ଯେ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ଏହା ବାସ୍ତବରେ ସତ । ଦାରିଦ୍ର୍ୟ ଦୂରୀକରଣ ହେଉ କି ମହିଳା ସଶକ୍ତିକରଣ କିମ୍ବା ବିପର୍ଯ୍ୟୟ ପରିଚାଳନା, ସବୁଥିରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ରେକର୍ଡ, ସବୁଥିଲେ ସେ ଶୀର୍ଷରେ ।

Spread the love