ଇଟାଲୀ ଓ ଦୁବାଇ ଗସ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର ୧୮ବିଦେଶ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଇଟାଲୀ ଓ ଦୁବାଇ ଯିବେ। ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମରେ ଖାଦ୍ୟ ସୁରକ୍ଷାରେ ଓଡ଼ିଶାର ରୂପାନ୍ତିକରଣ ଯାତ୍ରା ଓ ବିପର୍ଯ୍ୟୟ ପରିଚାଳନା ଉପରେ ବାର୍ତ୍ତା ରଖିବେ ନବୀନ।

ଭାଟିକାନ ସିଟିର ପୋପଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।  ପ୍ରବାସୀ ଓଡ଼ିଆଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ। ଦୁବାଇରେ ପୁଞ୍ଜିନିବେଶକାରୀ ସମ୍ମିଳନୀରେ ଯୋଗଦେବେ। ବିଭିନ୍ନ ବଡ ବଡ ନିବେଶଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଖାଦ୍ୟ ଯୋଗାଣ ସଚିବ, ଶିଳ୍ପ ସଚିବ, ନୂଆଦିଲ୍ଲୀ ଆବାସିକ କମିଶନର ମଧ୍ୟ ଗସ୍ତ କରିବେ।

Spread the love