ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଆଜି ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟା ୪୫ରେ ବସିବ ବୈଠକ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରର ପଞ୍ଚମ ବର୍ଷ ଆରମ୍ଭର ପ୍ରଥମ ଦିନରେ ନବୀନ କରିବେ ବଡ଼ ଘୋଷଣା।

ସରକାର ନିର୍ବାଚନ ବର୍ଷକୁ ପ୍ରବେଶ କରୁଥିବାରୁ ଏହି କ୍ୟାବିନେଟ୍‌ରେ ବଡ଼ ଘୋଷଣା କରିବେ ବୋଲି ଜଣାପଡିଛି। ଗରିବ ଓ ସାଧାରଣ ବର୍ଗ ଲୋକଙ୍କ ସୁରକ୍ଷା ନେଇ କିଛି ବଡ଼ ନିଷ୍ପତ୍ତି ହେବା ସମ୍ଭାବନା ରହିଛି। ପ୍ରାୟ ୭ରୁ ୮ ପ୍ରସ୍ତାବ ବୈଠକରେ ପାରିତ ହୋଇପାରେ। ସାମାଜିକ ସୁରକ୍ଷା, କୃଷି, ସମବାୟ, ଖାଦ୍ୟ ଯୋଗାଣ , ଜଳସମ୍ପଦ, ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିବାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ମିଳିବା ସମ୍ଭାବନା ରହିଛି।

Spread the love