ଓଡିଶାରେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, କହିଲେ- ‘କଂଗ୍ରେସ ଆଦର୍ଶରେ ବିଶ୍ବାସ ନରଖିଲେ ଖୋଲା ଅଛି ଦ୍ବାର

ଭୁବନେଶ୍ବର ୩୦।୮: ୪ ଦିନିଆ ଓଡିଶା ଗସ୍ତରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିଲେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ବିଭିନ୍ନ ଜିଲ୍ଲାରେ ପିସିସି କମିଟି ଗଠନ ସହ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି ।

କଂଗ୍ରେସରେ କନ୍ଦଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଚେଲ୍ଲା କୁମାର । ସେ କହିଛନ୍ତି, ଦଳରେ ବିଶୃଙ୍ଖଳାର କୌଣସି ସ୍ଥାନ ନାହିଁ, ଯିଏ ବିଶୃଙ୍ଖଳା ଆଚରଣ କରିବେ, କଂଗ୍ରେସ ଆଦର୍ଶରେ ବିଶ୍ବାସ ରଖିବେ ନାହିଁ ତାଙ୍କ ପାଇଁ ଦ୍ବାର ଖୋଲା ଅଛି । ତାରାପ୍ରସାଦ ବାହିନୀପତି ନିଜଆଡୁ ଭୁଲ ସ୍ବୀକାର କରିଛନ୍ତି । ତେଣୁ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନାହିଁ ବୋଲି ଚେଲ୍ଲା କୁମାର କହିଛନ୍ତି ।

ଏହାସହ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ଚେଲ୍ଲା କୁମାର । ଶାସନରେ ଥିବା ଏହି ଦୁଇ ଦଳ ଦେଶ ବିକିବାର କାମ କରୁଥିବା ବେଳେ କଂଗ୍ରେସ ଆଗାମୀ ଦିନରେ ଜବରଦସ୍ତ କମ୍ ବ୍ୟାକ୍ କରିବାର ଦୃଢୋକ୍ତି ଦେଖାଇଛନ୍ତି ଚେଲ୍ଲା କୁମାର ।

Spread the love