ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି ପାଇଁ ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ ଜଣାଇଲା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିବାରୁ ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆଗାମୀରେ ମୁଖ୍ୟମନ୍ତ୍ରୀ ଅନ୍ୟ ଦାବି ଗୁଡିକୁ ସହୃଦୟତାର ସହ ବିଚାର କରି ପୁରଣ କରିବେ ବୋଲି ଆଶା କରାଯାଉଛି । ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ, ଭୁବନେଶ୍ୱର ପକ୍ଷରୁ ରାଜ୍ୟ ସଭାପତି ତୁଷାର ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରୀ ସଭାପତି ନିହାର ରଂଜନ ପଣ୍ଡା, ଜିଲ୍ଲା ସଭାପତି ସୁକାନ୍ତ କୁମାର ମହାନ୍ତି, ସାଧାରଣ ସମ୍ପାଦକ ସୁନାକର ଦାସ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତିରେ ଏହା ଜଣାଇଛନ୍ତି ।

Spread the love