କୃଷି କ୍ଷେତ୍ରରେ ଉତ୍କର୍ଷ ପାଇଁ ଓଡ଼ିଶାକୁ ମିଳିଲା ପୁରସ୍କାର

ଖାଦ୍ୟଶସ୍ୟ ଉତ୍ପାଦନରେ ପାରଦର୍ଶିତା ପାଇଁ ଓଡ଼ିଶାକୁ ମିଳିଛି ପ୍ରଶଂସା ପତ୍ର।  ୨୦୧୬-୧୭ ବର୍ଷ ପାଇଁ ଓଡ଼ିଶାକୁ ସମ୍ମାନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟର କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି।ଅନ୍ୟପଟେ ପିଏମ୍‌ କିଷାନ ସମ୍ମାନ ନିଧିର ତୃତୀୟ କିସ୍ତି ପ୍ରଦାନ କରଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  କର୍ଣ୍ଣାଟକ ତୁମୁକୁରୁରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଏହି କିସ୍ତି ପ୍ରଦାନ କରିଛନ୍ତି। ୨୦୧୯ ଡିସେମ୍ବରରୁ ମାର୍ଚ୍ଚ ୨୦୨୦ ଅବଧି ପାଇଁ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।  ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୬ କୋଟି ହିତାଧିକାରୀ ଏଥିରେ ଉପକୃତ ହୋଇଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ସ୍ୱରୂପ ଏହି ଯୋଜନା ଗତବର୍ଷ ଫେବ୍ରୁଆରୀରୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଛନ୍ତି। ଚାଷୀମାନେ ପୂର୍ବ ୨ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ପାଇଥିବା ବେଳେ ଏବେ ଅବଶିଷ୍ଟ ୨ ହଜାର ଟଙ୍କା ପାଇଛନ୍ତି।

Spread the love