କରୋନା ମୁକାବିଲା ପାଇଁ ୩୪ ଲକ୍ଷ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କଲେ ଓଡ଼ିଶା ରାଜ୍ୟପାଳ

ଭୁବନେଶ୍ୱର, ୬/୦୪:  କରୋନା  ମୁକାବିଲା  ପାଇଁ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେସି ଲାଲ ଆଜି ଉଭୟ ପିଏମ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି ।

ସେ ମୋଟ୍ ୩୪ ଲକ୍ଷ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଥିବାବେଳେ ପିଏମ୍ କେୟାର୍ସ ଫଣ୍ଡକୁ ୧୩ ଲକ୍ଷ ୨୦ ହଜାର ଟଙ୍କା ଦେଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

Spread the love