ଓଡିଶା ଫେରନ୍ତାଙ୍କ ଟ୍ରେନ ଭଡା ଦେବେ ରାଜ୍ୟ ସରକାର

ପ୍ରବାସୀ ଓଡିଆଙ୍କ ଟ୍ରେନ ଭଡା ସରକାର ବହନ କରିବେ । ବାହାରୁ ରାଜ୍ୟରୁ ଆସୁଥିଲେ ଯଦି ସେଠାର ସରକାର ଟିକେଟ ଖର୍ଚ୍ଚ ନଦେଲେ ତେବେ ରାଜ୍ୟ ସରକାର ଉକ୍ତ ଖର୍ଚ୍ଚ ବହନ କରିବେ । ତେବେ ଓଡିଶା ଫେରନ୍ତା ପ୍ରବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ବଡ କଥା ହେଉଛି ଫେରୁଥିବା ଶ୍ରମିକଙ୍କ ଯେଉଁ ଟ୍ରେନ ଭଡା ସରକାର ବହନ କରିବେ ତାହା ପୁଣି ସରକାର କାଟିନେବେ ।

କ୍ୱାରେଂଟାଇନ୍ ଅବଧି ସରିବା ପରେ ଯେଉଁ ଟଙ୍କା ମିଳିବ ସେଥିରୁ ସେ ଟ୍ରେନ ଟଙ୍କା କଟାଯିବ । ସଙ୍ଗରୋଧ ସରିବା ପରେ ମିଳିବାକୁ ଥିବା ୨୦୦୦ ଟଙ୍କାରୁ ସରକାର ବହନ କରିଥିବା ଟ୍ରେନ ଟିକେଟ ଟଙ୍କା କାଟିନେବେ ।

Spread the love