କରୋନା ଲକ୍ଷଣ ନ ଥିଲେ ପରୀକ୍ଷା ପାଇଁ ବାଧ୍ୟ କରିପାରିବେ ନାହିଁ ଘରୋଇ ଡାକ୍ତରଖାନା

କରୋନାର ଲକ୍ଷଣ ନ ଥିଲେ ସାଧାରଣ ରୋଗୀଙ୍କୁ କରୋନା ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବ ନାହିଁ ।ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକୁ କଡ଼ା ନିର୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ  ପକ୍ଷରୁ ଜାରି ଏହି ନିର୍ଦେଶନାମାରେ କୁହାଯାଇଛି , ନିୟମିତ ଭାବେ ଡାଏଲିସିସ୍ କିଂବା କେମୋ ଥେରାପୀ ପାଇଁ ଆସୁଥିବା ରୋଗୀଙ୍କୁ ଘରୋଇ ଡାକ୍ତରଖାନାଗୁଡ଼ିକ କରୋନା ପରୀକ୍ଷା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଥିଲା ।

ତେବେ ଘରୋଇ ହସ୍ପିଟାଲଗୁଡ଼ିକ କରୋନା ସନ୍ଦିଗ୍ଧଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି । ଏହାଛଡ଼ା ଅନ୍ୟ ରୋଗର ନିୟମିତ ଚିକିତ୍ସା ପୂର୍ବ ପରି ଚାଲୁ ରଖିବାକୁ କୁହାଯାଇଛି ।

Spread the love