ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ, ଖାଦ୍ୟ ଯୋଗାଣ ସଚିବ ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜୟ ସିଂହ
ଭୁବନେଶ୍ୱର : ବରିଷ୍ଠ ଆଇଏଏସସ୍ତରରେ ଅଦଳବଦଳ । ବଦଳିଲେ ଖାଦ୍ୟ ଯୋଗାଣ, ଶକ୍ତି, ପଞ୍ଚାୟତିରାଜ ଓ ଅବକାରୀ ସଚିବ । ଖାଦ୍ୟ ଯୋଗାଣ ସଚିବ ହେଲେ ବରିଷ୍ଠ ଆଇଏଏସ ଅଧିକାରୀ ସଞ୍ଜୟ ସିଂହ । ସେହିଭଳି ଶକ୍ତି ବିଭାଗର ସଚିବ ହେଲେ ବିଶାଲ ଦେବ । ପଞ୍ଚାୟତିରାଜ ବିଭାଗର ସଚିବ ହେଲେ ଗିରିଶ ଏସଏନ । ଅବକାରୀ ସଚିବ ହେଲେ ଗୁହା ପୁନମ ତାପସ କୁମାର ।
ନଭେମ୍ବର ୨୧ରୁ ରାଜ୍ୟରେ ଧାନ ପ୍ରକ୍ରିୟା ଆରମ୍ଭ ହେଉଛି । ଏଥର କ୍ବିଣ୍ଟାଲ ପିଛା ୩୧୦୦ ଶହ ଟଙ୍କାରେ କିଣିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଆଗରେ ଧାନ କିଣାକୁ ବଡ଼ ଆହ୍ବାନ ଥିବାବେଳେ ତା ପୂର୍ବରୁ ଖାଦ୍ୟ ଯୋଗାଣ ସଚିବଙ୍କୁ ବଦଳାଇ ଦେଇଛନ୍ତି । ସେହିପରି ବରିଷ୍ଠ ଆଇଏଏସ ଅଧିକାରୀ ଦେଓ ରଞ୍ଜନ ସିଂଙ୍କୁ OFDCର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ଭାସ୍କର ଜ୍ୟୋତି ଶର୍ମାଙ୍କୁ OPTCL ଏମଡି ଭାବେ ଅତିରିକ୍ତ ଦାୟିତ୍ବ ।