କୋଭିସିଲଡ ଟିକା ଯୋଗାଇ ଦେବାକୁ ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର

ତୃତୀୟ ପର୍ଯ୍ୟାୟ ଟିକାକରଣରେ ମାଗଣା ଟିକା ଦେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ପରେ କୋଭିସିଲଡ ଟିକା ଯୋଗାଇ ଦେବାନେଇ ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର  ସମୟ ଭିତରେ ଟିକା ଯୋଗାଇ ଦେବାପାଇଁ କଣ ସବୁ ସର୍ତ୍ତ ନିୟମ ରହିଛି ସେନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ।

୩କୋଟି ୭୭ଲକ୍ଷ ଡୋଜ ଟିକା ଦେବା ପାଇଁ ଚିଠିରେ କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସେରମ ଇନଷ୍ଟିଚ୍ୟୁଟ ଠାରୁ ଟିକା କିଣିବ ଓଡ଼ିଶା ଔଷଧ ନିଗମ। ସେହିପରି କୋଭିସିଲଡ ଟିକା କିଣିବା ନେଇ ମଧ୍ୟ ଭାରତ ବାୟୋଟେକକୁ ଚିଠି ଲେଖିଛି ଓଡ଼ିଶା। ୧୦ଲକ୍ଷ ୩୪ହଜାର ଟିକା ଯୋଗାଇବା ପାଇଁ ଓଡ଼ିଶା ପକ୍ଷରୁ ଚିଠି ଲେଖାଯାଇଛି।

Spread the love