ସମ୍ବଲପୁର ଗସ୍ତରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ସମ୍ବଲପୁର ୨୧।୮: ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଜଷ୍ଟିସ୍ ଏସ. ମୂରଲୀଧରଙ୍କ ସମ୍ବଲପୁର ଗସ୍ତ । ସମ୍ବଲପୁର ଗସ୍ତରେ ଆସି ସମ୍ବଲପୁର କୋର୍ଟ ପରିସରରେ ଅନୁଷ୍ଠିତ ଏକ ପ୍ରଶିକ୍ଷଣ  କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଓକିଲମାନଙ୍କ ପାଇଁ ଇ-ସର୍ଭିସର ଏକ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଓକିଲମାନଙ୍କୁ ଇ-ସର୍ଭିସର ଅନେକ ଦିଗ ଉପରେ ଆଲୋକପାତ କରିଥିଲେ ମୁଖ୍ୟ ବିଚାରପତି ।

ଇ-ସର୍ଭିସରେ ନ୍ୟାୟିକ ବ୍ୟବସ୍ଥାରେ କେତେ ଶୀଘ୍ର ଓ ବ୍ୟବସ୍ଥିତ ଭାବରେ କାର୍ଯ୍ୟ ସମ୍ପାଦନ ହୋଇପାରୁଛି ସେ ନେଇ ମତ ପ୍ରକାଶ କରିଥିଲେ । ତେବେ ଘରେ ଥାଇ କେମିତି ଅନଲାଇନ ମାଧ୍ୟମରେ କୋର୍ଟ ଫି ଦାଖଲ, ଶୁଣାଣି ତାରିଖ, ଜାମିନ ଆବେଦନ ତଥା ବିଭିନ୍ନ ମାମଲା ପରିଚାଳନା କରିପାରିବେ ଓକିଲ, ଫଳରେ ସମୟ ବଂଚିବା ସହିତ ସାଧାରଣ ଲୋକ ଉପକୃତ ହୋଇପାରିବେ ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର ଜିଲ୍ଲାର ଓକିଲ ଓ ଜୁଡିସିଆରୀ କର୍ମଚାରୀମାନେ ପର୍ଯ୍ୟାୟକ୍ରମେ ତାଲିମ ନେବେ । କରୋନା ମହାମାରୀ ଯୋଗୁଁ ଇ-ସେବା ଉପରେ ଗୁରୁତ୍ବ ଦିଆଯାଇଛି ।

Spread the love