ଭୁବନେଶ୍ୱରରେ ନେଦରଲ୍ୟାଣ୍ଡସ୍ ହକି ଟିମ୍ ; ବିମାନବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ

ଭୁବନେଶ୍ୱରରେ ପହଂଚିଲା ନେଦରଲ୍ୟାଣ୍ଡସ୍ ହକି ଟିମ୍ । ପ୍ରଥମ ବିଦେଶୀ ଦଳ ଭାବେ ଓଡ଼ିଶା ପହଞ୍ଚିଛି ନେଦରଲ୍ୟାଣ୍ଡସ ହକି ଟିମ୍ । ବିମାନବନ୍ଦରରେ ଟିମ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଆସନ୍ତା ୧୩ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁ ଯାଉଛି ହକି ବିଶ୍ୱକପ ।

ସେଥିପାଇଁ ନେଦରଲ୍ୟାଣ୍ଡସ ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚିଛି । ୨୦୧୮ରେ ନେଦରଲ୍ୟାଣ୍ଡସ ସିଲଭର ମେଡାଲ ପାଇଥିଲା । ଏହା ସହ ଏପର୍ଯ୍ୟନ୍ତ ୩ଥର ବିଶ୍ୱବିଜେତା ହୋଇଥିବା ବେଳେ ମୋଟ ୬ଥର ଫାଇନାଲକୁ ପ୍ରବେଶ କରିଛି ଟିମ୍ ନେଦରଲ୍ୟାଣ୍ଡସ । ତେଣୁ ଏଥର କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି । ଗ୍ରୁପ ସି’ରେ ନେଦରଲ୍ୟାଣ୍ଡସ ସହ ନ୍ୟୁଜିଲାଣ୍ଡ, ଚିଲି ଓ ମାଲେସିଆ ଅଛନ୍ତି ।

Spread the love