ଡିଜିଟାଲ ଶିକ୍ଷାରେ ଓଡିଶା ଦୁର୍ବଳ : ପିଜିଆଇ ଜିଲ୍ଲାସ୍ତରୀୟ ରିପୋର୍ଟରେ ଉଲ୍ଲେଖ

ଡିଜିଟାଲ ଶିକ୍ଷାରେ ଓଡିଶା ଦୁର୍ବଳ । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ପ୍ରକାଶିତ ମାନକ ସୂଚକାଙ୍କରୁ ଏହା ଜଣାପଡିଛି । ୫୦ ମାର୍କ ମଧ୍ୟରୁ ମାତ୍ର ଓଡିଶାର ୧୧ଟି ଜିଲ୍ଲା ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇଛନ୍ତି । ଖୋର୍ଦ୍ଧା ୧୫, କଟକ ୧୫, ନୟାଗଡ଼ ୧୪, ଭଦ୍ରକ ୧୩, ଯାଜପୁର ୧୪, ସୁନ୍ଦରଗଡ଼ ୧୫, ସମ୍ବଲପୁର ୧୦, ବରଗଡ଼ ୧୨, ଝାରସୁଗୁଡ଼ା ୧୧, କେନ୍ଦ୍ରାପଡ଼ା ୧୩, ଗଞ୍ଜାମ ୧୪ ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲା ପଛରେ ପଡ଼ିଛନ୍ତି । ପରିଚାଳନା ପ୍ରକ୍ରିୟା ପାଇଁ ସମସ୍ତ ଜିଲ୍ଲାକୁ ୫୦ରୁ ଅଧିକ ସ୍କୋର ମିଳିଛି । ପିଜିଆଇ-ଡି ମାଧ୍ୟମରେ ଜିଲ୍ଲାସ୍ତରରେ ବିସ୍ତୃତ ବିଶ୍ଳେଷଣ ପାଇଁ ଏକ ସୂଚକାଙ୍କ ସୃଷ୍ଟି କରି ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରଦର୍ଶନକୁ ଆକଳନ କରିଥାଏ ।

୧୪.୯ ଲକ୍ଷ ବିଦ୍ୟାଳୟ, ୯୫ ଲକ୍ଷ ଶିକ୍ଷକ ଏବଂ ବିଭିନ୍ନ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ଆସିଥିବା ପ୍ରାୟ ୨୬.୫ କୋଟି ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଥିବା ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ବୃହତମ ଶିକ୍ଷା ବ୍ୟବସ୍ଥା । ୨୦୨୦-୨୧ ଏବଂ ୨୦୨୧-୨୦୨୨ ଶିକ୍ଷାବର୍ଷ ନିମନ୍ତେ ଜିଲ୍ଲାମାନଙ୍କର ପ୍ରଦର୍ଶନମାନକ ସୂଚକାଙ୍କରେ ଓଡ଼ିଶାର ୨୫ଟି ଜିଲ୍ଲାର ପ୍ରଦର୍ଶନ ହ୍ରାସ ପାଇଥିବା ବେଳେ ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଘଟିଛି ।

Spread the love