‘ଓଡ଼ିଶା ମୋ ପରିବାର’ର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଓଡ଼ିଶା ମୋ ପରିବାର ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଛି । ଏହାର ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି ଯେ, ତିନୋଟି ଦିଗ ଉପରେ କାମ କରିବାକୁ ଖସଡ଼ା ପ୍ରସ୍ତୁତ କରାଯାଇଛି । ପରିବେଶ ସୁରକ୍ଷା ପାଇଁ   ସାଂସଦ ପିନାକୀ ମିଶ୍ରଙ୍କ ଅଧିନରେ ପ୍ଲାଷ୍ଟିକ୍‌ ମୁକ୍ତ ଓଡ଼ିଶା ଓ ଗଛ ଲଗାଇବା ପାଇଁ କାମ କରାଯିବ । ଦେଶରେ ମହାରାଷ୍ଟ୍ର ଓ ଓଡ଼ିଶା ହିଁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ୍‌ ମୁକ୍ତ ହୋଇଛି । ଏଥିରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି ।ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଅଧୀନରେ ଜୀବନ ବିନ୍ଦୁ ସହ ମିଶି ରକ୍ତଦାନ ଉପରେ କାମ କରାଯିବ ବୋଲି ସ୍ଥିର କରାଯାଇଛି । ତୃତୀୟରେ ପ୍ରବାସୀ ଓଡ଼ିଆଙ୍କ ପାଇଁ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧିନରେ କାମ କରାଯିବ । ପ୍ରବାସୀ ଓଡ଼ିଆଙ୍କ ଡାଟାବେସ୍‌ ଅଣାଯାଇଛି । ସେମାନଙ୍କ ପାଖକୁ ଯିବ କମିଟି ଓ ସେମାନଙ୍କ ବିକାଶ ଦିଗରେ କାମ କରାଯିବ ବୋଲି ସ୍ଥିର କରାଯାଇଛି  l

Spread the love