ଓଡ଼ିଶା ଏମଏସଏମଇ ଆନ୍ତର୍ଜାତିକ ବାଣିଜ୍ୟ ମେଳାର ଉଦଘାଟନ

 ମୁଖ୍ୟମନ୍ତ୍ରୀ ରାଜ୍ୟ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପକ୍ଷରୁ ଭୁବନେଶ୍ବର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଓଡ଼ିଶା ଏମଏସଏମଇ ଆନ୍ତର୍ଜାତିକ ବାଣିଜ୍ୟ ମେଳାର ଉଦଘାଟନ କରିଛନ୍ତି। ‌ଦେଶ,ବିଦେଶର ପରିଦର୍ଶନକାରୀଙ୍କ ପାଖରେ ନିଜ ଉତ୍ପାଦ ପହଞ୍ଚାଇବା ପାଇଁ ଏହି ମେଳା ଏକ ସୁଯୋଗ ବୋଲି ସଭାପତି କହିଛନ୍ତି।  ଉଦ୍ୟୋଗ ବିକାଶ କ୍ଷେତ୍ରରେ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ଓ ସମ୍ଭାବନା ରହିଛି। କିଛି ବର୍ଷ ହେବ ରାଜ୍ୟରେ ଦୃତ ଶିଳ୍ପାୟନ ଘଟିଛି।ସରକାରଙ୍କ ଦକ୍ଷ ଶିଳ୍ପନୀତି ଏବଂ ଶିଳ୍ପ ଅନୁକୂଳ ବାତାବରଣ ଯୋଗୁଁ ଓଡ଼ିଶା ନିବେଶକଙ୍କ ପସନ୍ଦ ପାଲଟିଛି।ଏଥିଯୋଗୁଁ ରାଜ୍ୟରେ ପୁଞ୍ଜି ନିବେଶ ବଢିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ସଭାପତି କହିଛନ୍ତି l ଓଡ଼ିଶା ଏମଏସଏମଇ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଇରାନରୁ ୨୦ ଏବଂ ବାଂଲାଦେଶରୁ ଭାଗ ନେଇଥିବା ୧୨ ଜଣ ଉଦ୍ୟୋଗୀଙ୍କୁ ସଭାପତି ସମ୍ବର୍ଦ୍ଧିତ କରିଛନ୍ତି। ରାଜ୍ୟରେ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ମିଳୁଥିବା ସୁବିଧା ଉପଲବ୍ଧ କରି ସଫଳତା ହାସଲ କରିବାକୁ ଯୁବ ଉଦ୍ୟୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି l
Spread the love