ଓଡ଼ିଶାକୁ ମଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା: ନିର୍ମଳା ସୀତାରମଣ

ଓଡ଼ିଶାକୁ କେବେ ବି ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା । ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯିବନି । ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିଶ କରିଛନ୍ତି । ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ରହିଥିବା ସର୍ତ୍ତ ଆଧାରରେ ତେଲେଙ୍ଗାନାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇଛି । ମନରେଗା ହେଉଛି ଚାହିଦାଭିତ୍ତିକ ଯୋଜନା । ଲୋକଙ୍କ ଚାହିଦା ବଢ଼ିଲେ, ବ୍ୟୟବରାଦ ବଢ଼ିବ । ମୋଦୀ ସରକାର ଆସିବା ପରେ ମନରେଗାରେ ଦିଆଯାଉଥିବା ପାଣ୍ଠି ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ବିନିଯୋଗ ହେଉଛି, ଯାହା ପୂର୍ବ ସରକାର ହେଉ ନଥିଲା । କିଛି ରାଜ୍ୟ ଏହାକୁ ପ୍ରସଙ୍ଗ କରୁଛନ୍ତି, କିନ୍ତୁ ଏମିତି ବି ରାଜ୍ୟ ଅଛନ୍ତି, ଯେଉଁ ମାନଙ୍କୁ ଆର୍ଥିକ ବର୍ଷ ଆରମ୍ଭରୁ ପାଣ୍ଠି ଦିଆଯାଉଥିଲେ ବି ଖର୍ଚ୍ଚ କରିପାରୁନାହାନ୍ତି । ଏହି ଯୋଜନାର ବ୍ୟବବରାଦ ଅତିରିକ୍ତ ବ୍ୟୟ ବରାଦ ଜରିଆରେ ବଢାଇବାର ବିକଳ୍ପ ରହିଛି । ଯାହାକି ଅତୀତରେ କରଯାଇଛି ।

ଆଦାନୀ ପ୍ରସଙ୍ଗରେ କହିଛନ୍ତି, ମାମଲାର ଶୁଣାଣି ସୁପ୍ରିମକୋର୍ଟ ରେ ଜାରି ରହିଛି । ଷ୍ଟେଟ ବ୍ୟାଙ୍କ ଓ ସେବି ଯାହା କହିବା କଥା କହି ସାରିଛନ୍ତି । ଏହି ପ୍ରସଙ୍ଗରେ ଅଧିକ କିଛି କହିବା ଠିକ୍ ହେବନି ।ପେଟ୍ରୋଲିୟମ ଉତ୍ପାଦକୁ GST ରେ ସାମିଲ କରିବା ଲାଗି ଆରମ୍ଭରୁ ପ୍ରସ୍ତାବ ରହିଛି । କେବଳ କେଉଁ ହାରରେ GST ଲାଗିବ, ତାହା ଧାର୍ଯ୍ୟ ହୋଇପାରୁନି । ଏ ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବାର ଦାୟିତ୍ବ GST କାଉନସିଲର, ଯେଉଁଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ଅଛନ୍ତି ।LPG ପାଇଁ ମାତ୍ର ୨୦୦ କୋଟି ବ୍ୟୟ ବରାଦ ପ୍ରସଙ୍ଗରେ କହିଛନ୍ତି, ଏହା କେବଳ ନୂଆ ସଂଯୋଗ ପ୍ରଦାନ ଲାଗି ଉଦ୍ଦିଷ୍ଟ । ଏହା ଗ୍ରାହକଙ୍କୁ ସବସିଡ ପ୍ରଦାନ ପାଇଁ ନୁହେଁ  ଶସ୍ୟ ସଂଗ୍ରହ ପାଇଁ ପାଣ୍ଠି କମାଯିବା ପ୍ରସଙ୍ଗରେ କହିଛନ୍ତି, ମୋଦୀ ସରକାରଙ୍କ ଅମଳରେ ଚାଷୀଙ୍କ ଠାରୁ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ ହେଉଛି ତାହା ପୁଣି MSP ଦରରେ।

ସମ୍ବଲପୁରୀ ଶାଢ଼ି ମୋତେ ବହୁତ ଭଲ ଲାଗେ । ମୋର ୱାର୍ଡରୋବରେ ଥିବା ଅଧିକାଂଶ ଶାଢ଼ୀ ସମ୍ବଲପୁରୀ । ବମକାଇ, କଟକି ଶାଢ଼ୀ ବି ମୋତେ ଭଲ ଲାଗେ । ଏବେ ବି ମୁଁ ଏସବୁ ଶାଢ଼ୀ କିଣୁଛି ।୨୦୨୩-୨୪ରେ ପୁଞ୍ଜି ପ୍ରତ୍ୟାହାର ଲାଗି ପ୍ରସ୍ତୁତ ତାଲିକାରେ ନାହିଁ ନାଲକୋର ନାମ । ତେଣୁ ଏବର୍ଷ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ହେବନି ବୋଲି କହିଛନ୍ତି ସଚିବ ତୁହିନ କାନ୍ତ ପାଣ୍ଡେ ।

Spread the love