ଅଘୋଷିତ ମେଣ୍ଟ : ଏକାଠି ହୋଇଛନ୍ତି ବିଜୟ-ବୈଜୟନ୍ତ-ଦାମ ଓ କଂଗ୍ରେସ…!

ଓଡ଼ିଶା ରାଜନୀତିରେ ନୂଆ ସମୀକରଣ । 2019ରେ ନବୀନ ଓ ବିଜେପିକୁ କଡ଼ା ଟକ୍କର ଦେଇ ଗାଦିଚ୍ୟୁତ କରିବା ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ । ଏକାଠି ହୋଇଛନ୍ତି ଓଡ଼ିଶା ରାଜନୀତିରେ ଚାଣକ୍ୟମାନେ । ଆଉ ଏହି ଚାଣକ୍ୟ ମାନଙ୍କୁ ପରୋକ୍ଷରେ ସମର୍ଥନ ଦେବାକୁ ଯାଉଛି କଂଗ୍ରେସ । ଏଥିଲାଗି ସବୁ ସ୍ତରରେ ସରିଛିି ଆଲୋଚନା ।

2019ରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତଙ୍କ ରାଜନୈତିକ ଆଭିମୁଖ୍ୟ କଣ ହେବ ଏହାକୁ ନେଇ ବହୁଦିନ ଧରି ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଏହା ଉପରେ ଉଠିଛି ପରାଦା । ରାଜନୈତିକ ମହଲରୁ ଖବର ଅନୁସାରେ ଓଡ଼ିଶା ରାଜନୀତିରୁ ଏହିସବୁ ହେବିୱେଟ ନେତାମାନେ 2019 ନିର୍ବାଚନରେ ସ୍ୱାଧୀନପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ । ଆଉ ଏମାନଙ୍କୁ ସମର୍ଥନ କରିବ କଂଗ୍ରେସ । ଏନେଇ ବିଜୟ-ଦାମ-ବୈଜୟନ୍ତଙ୍କ ସହ ଅଘୋଷିତ ମେଣ୍ଟ କରିଛି କଂଗ୍ରେସ ।

କଂଗ୍ରେସ ସମର୍ଥନରେ ଏଥର ବିଜୟ ମହାପାତ୍ର ପାଟକୁରା କି ଭୁବନେଶ୍ୱର ମଧ୍ୟ ଓ ବୈଜୟନ୍ତ କେନ୍ଦ୍ରାପଡ଼ା ଲୋକସଭା କି ଢେଙ୍କାନଳ ଲୋକସଭା ଆସନ ଓ ଦାମୋଦର । ଉତ ପାରଦୀପ ବିଧାୟକ ଭାବେ ନିର୍ବାଚନ ଲଢିବେ । ଏହି ଅଘୋଷିତ ମେଣ୍ଟ ଦ୍ୱାରା ବିଜେଡି ଭୋଟ ବିଭାଜିତ ହେବ ଓ କଂଗ୍ରେସ ଭୋଟର ସମର୍ଥନ ଦେଲେ, ବୈଜୟନ୍ତ, ବିଜୟ ଓ କଂଗ୍ରେସ ନେତାମାନେ ସହଜରେ ଜିତିପାରିବେ ବୋଲି ରାଜନୈତିକ ପର‌୍ୟ୍ୟବେକ୍ଷକ ମହଲ ବିଶ୍ୱାସ କରୁଛନ୍ତି । ଏହିନେତାମାନଙ୍କ ନିରବତା ସର୍ତ୍ତେ ବିଜେଡ଼ି-ବିଜେପି ବିରୋଧରେ ଧୀରେଧୀରେ ଜନମତ ସୃଷ୍ଟି ହେଲାଣୀ । ତେବେ ଆଗକୁ ଏହି ନୂଆ ସମୀକରଣ କି ମୋଡ଼ ନେଉଛି ତାହା ଦେଖିବାର କଥା ।

Spread the love