ଘୋଷଣା ହେଲା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର

୨୦୧୫ ଓ ୨୦୧୬ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ନିତ୍ୟାନନ୍ଦ ପଣ୍ଡାଙ୍କୁ ଚୟନ କରାଯାଇଥିବା ବେଳେ କ୍ଷୁଦ୍ରଗଳ୍ପ ପାଇଁ ଶ୍ରୀ ପବିତ୍ର ପାଣିଗ୍ରାହୀ, କବିତା ପାଇଁ ଶ୍ରୀମତି ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକା ପାଇଁ ସଂଜୟ ହାତୀ ଓ ନବୀନ କୁମାର ପରିଡାଙ୍କୁ ଚୟନ କରାଯାଇଛି । ସେହିଭଳି ପ୍ରବନ୍ଧ ପାଇଁ ପଂଚାନନ ମିଶ୍ର, ଜୀବନୀ ଭ୍ରମଣ ସାହିତ୍ୟ ପାଇଁ ଶ୍ରୀ ଧରଣୀଧର ପାଣିଗ୍ରାହୀ, ଅନୁବାଦ ପାଇଁ ବିଜୟ ମହାନ୍ତି, ଶିଶୁ ସାହିତ୍ୟ ପାଇଁ ଶ୍ରୀ ରବିନ୍ଦ୍ର ବିଶ୍ୱାଳଙ୍କୁ ଚୟନ କରାଯାଇଛି । ୨୦୧୫ ପାଇଁ ଗୀତି କବିତା ବର୍ଗରେ ମନୋଜ ମହାନ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯିବ । ୨୦୧୬ ପାଇଁ ଉପନ୍ୟାସରେ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ, କ୍ଷୁଦ୍ରଗଳ୍ପ ପାଇଁ ଦେବଦାସ ଛୋଟରାୟ, କବିତା ପାଇଁ ଭଗବାନ ଜୟସିଂହ, ନାଟକ ପାଇଁ ଫକୀର ସିଂହ ଓ ପ୍ରବନ୍ଧ ପାଇଁ ପ୍ରସନ୍ନ ସ୍ୱାଇଁଙ୍କୁ ଚୟନ କରାଯାଇଛି । ଜୀବନୀ ଓ ଭ୍ରମଣ ସାହିତ୍ୟ ପାଇଁ ସୁରେନ୍ଦ୍ର ମହାରଣା, ପ୍ରଦୋଷ ପଟ୍ଟନାୟକ, ଅନୁବାଦ ପାଇଁ ଶାରଦା ରଥ, ଶିଶୁ ସାହିତ୍ୟ ପାଇଁ ଦେବେନ୍ଦ୍ର ଚୌଧୁରୀଙ୍କୁ ଚୟନ କରାଯାଇଛି । ଗୀତି କବିତା ବର୍ଗରେ ପୁରସ୍କାର ପାଇବେ ମିଶ୍ର ସତ୍ୟନାରାୟଣ ।

Spread the love