ଆସନ୍ତାକାଲି ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦ

ଭୁବନେଶ୍ୱର,୧୪/୨: ଆସନ୍ତାକାଲି ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିବ। ଏ ନେଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। କଂଗ୍ରସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆ ଯାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ଆସନ୍ତା ୧୫ ଓ ୧୬ ତାରିଖ ସ୍କୁଲ ବନ୍ଦ ରହିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ସମସ୍ତ ସରକାରୀ ଏବଂ ବେସରକରୀ କଲେଜ ବନ୍ଦ ରହିବ ବୋଲି ଶିକ୍ଷା ବିଭାଗରୁ ସୂଚନା ମିଳିଛି।

Spread the love