୫ମ ପାଳିର ୪ର୍ଥ ବର୍ଷ ପୂର୍ତ୍ତି ପୂର୍ବରୁ କାମର ହିସାବ ନେବେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେବ ମେ ୨୯ରେ । ରାଜ୍ୟବାସୀଙ୍କୁ ସରକାର ଦେବେ ସଫଳତାର ହିସାବ। ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ । ଆଜିଠୁ ଆରମ୍ଭ ହେବ ମନ୍ତ୍ରୀଙ୍କ କାର୍ଯ୍ୟ ସମୀକ୍ଷା। ପ୍ରଥମ ଦିନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସେମାନଙ୍କ ବିଭାଗର ରିପୋର୍ଟ କାର୍ଡ ଦେବେ। ମନ୍ତ୍ରୀମାନେ ସେମାନଙ୍କ ବିଭାଗର ସଚିବଙ୍କ ଉପସ୍ଥିତିରେ ଏହି ରିପୋର୍ଟ କାର୍ଡ ପ୍ରଦାନ କରିବେ। ସେମାନଙ୍କ ବିଭାଗ ପକ୍ଷରୁ କଣ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି, ଆଗାମୀ ଦିନରେ କଣ କରିବାକୁ ଯୋଜନା ଅଛି ସେନେଇ ରିପୋର୍ଟ ଦେବେ। ପୂର୍ବାହ୍ନ ୧୧ଟା , ୧୧ଟା ୪୫ ଓ ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିବେ। ରାଜ୍ୟର ବିକାଶ ଦିଗରେ ନିଷ୍ଠା ଓ ନିରନ୍ତର ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି।

କେଉଁ ବିଭାଗର କେଉଁ ଦିନ ସମୀକ୍ଷା ?

ମେ’ ୨୨- ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କୃଷି, ମତ୍ସ୍ୟପଶୁସମ୍ପଦ), ନିରଞ୍ଜନ ପୂଜାରୀ(ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ)

ମେ’ ୨୩- ପ୍ରଫୁଲ୍ଲ ମଲ୍ଲିକ(ପୂର୍ତ୍ତ), ପ୍ରଦୀପ କୁମାର ଅମାତ(ଜଙ୍ଗଲ ଓ ପରିବେଶ), ଅତନୁ ସବ୍ୟସାଚୀ ନାୟକ( ଖାଦ୍ୟଯୋଗାଣ, ସମବାୟ)

ମେ’ ୨୪ – ପ୍ରଦୀପ କୁମାର ଅମାତ୍ (ପଞ୍ଚାୟତିରାଜ), ଟୁକୁନି ସାହୁ(ବାଣିଜ୍ୟ ଓ ପରିବହନ), ରୀତା ସାହୁ( ହସ୍ତତନ୍ତ ଓ ବୟନଶିଳ୍ପ)

ମେ’ ୨୫- ଟୁକୁନି ସାହୁ (ଜଳସମ୍ପଦ), ରୋହିତ ପୂଜାରୀ(ଉଚ୍ଚଶିକ୍ଷା), ରାଜେନ୍ଦ୍ର ଢ଼ୋଲକିଆ (ଯୋଜନା ଓ ସଂଯୋଜନ)

ମେ’ ୨୬- ଉଷା ଦେବୀ (ଗୃହନିର୍ମାଣ ଓ ନଗର ଉନ୍ନୟନ), ତୁଷାରକାନ୍ତି ବେହେରା (ଇଲେକ୍ଟ୍ରୋନିକ୍ସ ଆଣ୍ଡି ଆଇଟି)

ମେ’ ୨୭- ବାସନ୍ତୀ ହେମ୍ବ୍ରମ(ମିଶନ ଶକ୍ତି), ପ୍ରୀତିରଞ୍ଜନ ଘଡ଼େଇ (ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା), ଶ୍ରୀକାନ୍ତ ସାହୁ( ଶ୍ରମ ଓ ଇଏସଆଇ)

ମେ’ ୨୯ – ପ୍ରୀତିରଞ୍ଜନ ଘଡ଼େଇ (ଗ୍ରାମ୍ୟ ଉନ୍ନୟନ), ସମୀର ରଞ୍ଜନ ଦାଶ(ସ୍କୁଲ ଓ ଗଣଶିକ୍ଷା)

ମେ’ ୩୦- ଜଗନ୍ନାଥ ସାରକା (ଅନୁସୂଚିତ ଜାତି ଓ ଜନଜାତି), ପ୍ରମିଳା ମଲ୍ଲିକ (ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ)

ମେ’ ୩୧- ତୁଷାରକାନ୍ତି ବେହେରା (କ୍ରୀଡ଼ା ଓ ଯୁବବ୍ୟାପାର), ବାସନ୍ତୀ ହେମ୍ବ୍ରମ (ମହିଳା ଓ ଶିଶୁ ବିକାଶ), ପ୍ରତାପ କେଶରୀ ଦେବ (ଶକ୍ତି)

ଜୁନ୍ ୧- ପ୍ରତାପ କେଶରୀ ଦେବ (ଶିଳ୍ପ,ଏମଏସଏମଇ), ଅଶ୍ୱିନୀ କୁମାର ପାତ୍ର (ପର୍ଯ୍ୟଟନ ଓ ସଂସ୍କୃତି), ଅଶୋକ ଚନ୍ଦ୍ର ପଣ୍ଡା (ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ)।

Spread the love