‘ଭାରତୀୟ ଇସ୍ପାତ ଏବଂ ଖଣିଜ ଶିଳ୍ପ ବିକାଶରେ ନୂଆ ଅଧ୍ୟାୟ ଯୋଡ଼ିବ ଓଡ଼ିଶା’

ଭାରତୀୟ ଇସ୍ପାତ ଏବଂ ଖଣିଜ ଶିଳ୍ପ ବିକାଶରେ ନୂଆ ଅଧ୍ୟାୟ ଯୋଡ଼ିବ ଓଡ଼ିଶା। ଗତକାଲି ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ପଦାର୍ଥ ପ୍ରାଧ୍ୟୋଗିକ ସଂସ୍ଥା (ସିଏସ୍ଆଇଆର- ଆଇଏମଏମଟି)ଠାରେ ହୋଇଥିବା ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।ସେ ଆହୁରି କହିଛନ୍ତି,“ ଦେଶର ଅର୍ଥନୀତିର ବିକାଶ ଦିଗରେ ଯୋଗଦାନ ପାଇଁ ଆମକୁ କାମ କରିବାର ଆବଶ୍ୟକତା ରହିଛି। ଜ୍ଞାନ ଆାଧାରିତ ଇକୋ ସିଷ୍ଟମ ଉଦ୍ୟମଶୀଳତାକୁ ତିଆରି କରିବାରେ ଏକ ଚାବିକାଠି ହେବା ଦରକାର।”କେନ୍ଦ୍ରମନ୍ତ୍ରୀ କହିଛନ୍ତି,“ ଶିକ୍ଷାନୁଷ୍ଠାନର ମିନେରାଲ ପ୍ରୋସେସିଂ ପାଇଲଟ୍‌ ପ୍ଲାଣ୍ଟ ଏବଂ ପାଇଲଟ୍‌ ସ୍କେଲ୍ ଫ୍ଲୁଇଡାଇଜଡ୍‌ ବେଡ୍‌ ରିଆକ୍ଟରଏକ ଟେକ୍ନୋଲୋଜିକୁ ବିକାଶ କରିଛି। ଯାହା ଶିଳ୍ପ ପାଇଁ ନିମ୍ନ ମାନଯୁକ୍ତ ଲୁହାପଥର ଏବଂ ଥର୍ମାଲଯୁକ୍ତ କୋଇଲାର ଉପଯୋଗ କରିବ। ଯଦି ସିଏସ୍ଆଇଆର- ଆଇଏମଏମଟି ସଂସ୍ଥା ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳର ଟେକ୍ନୋଲୋଜି ବାଣିଜ୍ୟିକ ବ୍ୟବହାର୍ଯ୍ୟ ହେବ, ତେବେ ଭାରତ ଏବଂ ଓଡ଼ିଶାର ଶିଳ୍ପରେ ବଡ ପରିବର୍ତ୍ତନ ଆସିପାରିବ।”ଓଡିଶାର ଶିକ୍ଷାନୁଷ୍ଠାନମାନଙ୍କରେ ଛୋଟ ଛୋଟ ଶିଳ୍ପ ମଧ୍ୟ ଗବେଷଣାର ସୁଯୋଗ ପ୍ରଦାନ କରୁଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଶ୍ରୀ ପ୍ରଧାନ। ଏହି ଗବେଷଣା ପ୍ରକ୍ରିୟା ଖଣିଜ ଏବଂ ଇସ୍ପାତ ଶିଳ୍ପକୁ ମଜବୁତ୍‌ କରିବ ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ସିଏସ୍ଆଇଆର- ଆଇଏମଏମଟିର ଲାବ୍ରୋଟରି ପରିଦର୍ଶନ କରିଥିଲେ। କେନ୍ଦ୍ରମନ୍ତ୍ରୀ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ଏନ୍ଆଇଟି ରାଉରକେଲା, ଆଇସିଟି ଭୁବନେଶ୍ୱରର ନିଦ୍ଦେର୍ଶକ, ଉତ୍କଳ ବିଶ୍ୱବିଦ୍ୟାଳୟର ଭୂତତ୍ୱ ବିଭାଗର ଅଧ୍ୟାପକ, ରାଜ୍ୟ ସରକାରଙ୍କ ଅଧିକାରୀ ଓ ଇସ୍ପାତ୍‌ ଶିଳ୍ପର ଅଧିକାରୀମାନେ ଯୋଗଦେଇଥିଲେ।

Spread the love