୧୫ ଡିଗ୍ରୀ ତଳେ ରାଜ୍ୟର ପାଞ୍ଚଟି ସହରର ପାରା

ଭୁବନେଶ୍ୱର,31/10 : ମୌସୁମୀ ଗଲା ପରେ ଆରମ୍ଭ ହୋଇଛି ଶୀତର ପହିଲି ସ୍ପର୍ଶ । ଦିନକୁ ଦିନ କମିବାରେ ଲାଗିଛି ତାପମାତ୍ରା । ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା କମିବାରେ ଲାଗିଛି । ସକାଳ ଏବଂ ରାତିରେ ଶୀତଳ ପବନରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ରାତିର ତାପମାତ୍ରା ଖସିବା ପରେ ସକାଳ ୯ଟା ପର୍ଯ୍ୟନ୍ତ ରାଜ୍ୟର ଅନେକ ଅଞ୍ଚଳରେ ଶୀତର ଲହରୀ ରହୁଛି ।
ତେବେ ଦୁଇ ଦିନ ତଳେ ୨୦ଡିଗ୍ରୀ ତଳେ ତାପମାତ୍ରା ଥିବା ବେଳେ ୧୫ ଡିଗ୍ରୀ ବା ତା’ଠୁ କମରେ ରହୁଛି ରାଜ୍ୟର ପାଞ୍ଚଟି ସହରର ପାରା । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଅନୁଭୂତ ହୋଇଛି ଥଣ୍ଡା । ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଭଲ ଶୀତ ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

Spread the love