କିଟ୍ ବିଶ୍ୱବିଦ୍ୟାଳୟକୁ ଏସିଆ ଏଜୁକେସନ୍ ପୁରସ୍କାର ୨୦୨୨ ପ୍ରଦାନ
ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟକୁ ଏସିଆ ଏଜୁକେସନ୍ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି । ଶୁକ୍ରବାର ବାଙ୍ଗାଲୋରରେ ଏସିଆ ଟୁଡେ ରିସର୍ଚ୍ଚ ଓ ମିଡ଼ିଆ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଅନୁପସ୍ଥିତିରେ କିଟ୍ ପ୍ରତିନିଧି ସସ୍ମିତା ରାଉତ କର୍ଣ୍ଣାଟକ ରାଜ୍ୟପାଳ ଥାୱାର ଚାନ୍ଦ ଗେହଲଟଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ‘ବେଷ୍ଟ ୟୁନିଭର୍ସିଟି ଉଇଥ୍ ଏକସେଲେଣ୍ଟ ପ୍ଲେସମେଣ୍ଟ ଆଣ୍ଡ କ୍ୟାମ୍ପସ୍ ଇନ୍ ଇଣ୍ଡିଆ’ ବର୍ଗରେ କିଟ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍ ବିଶ୍ୱବିଦ୍ୟାଳୟର ଦେଶବ୍ୟାପୀ ସୁନାମ ରହିଛି ।ଆରମ୍ଭରୁ କିଟ୍ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସିଛି ଓ ଏହା ସହ କିଟର ଛାତ୍ରଛାତ୍ରୀମାନେ ଯେଭଳି ଉପଯୁକ୍ତ ଶୈକ୍ଷିକ ପରିବେଶରେ ପଢିବେ ଏବଂ ଭଲ ପ୍ଲେସମେଣ୍ଟ ପାଇବେ ସେଥିପାଇଁ କିଟ୍ ସର୍ବଦା ଯତ୍ନବାନ ରହିଆସିଛି । ଏହାକୁ ଭିତ୍ତିକରି ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ସୁନ୍ଦର କ୍ୟାମ୍ପସ୍ ଓ ଶ୍ରେଷ୍ଠ ପ୍ଲେସମେଣ୍ଟ ପାଇଁ କିଟକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଏସିଆ ଟୁଡେ ରିସର୍ଚ୍ଚ ଓ ମିଡ଼ିଆ ପ୍ରତିବର୍ଷ ବିଭିନ୍ନ ଗବେଷଣା ଓ ଆନାଲିସିସ୍ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଥିବା ଅନୁଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରିଥାନ୍ତି । ଏହି ପୁରସ୍କାର ପାଇଁ କିଟ୍କୁ ମନୋନୀତ କରିଥିବାରୁ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏସିଆ ଟୁଡେକୁ ଧନ୍ୟବାଦ ଜଣାଇବା ସହ କିଟର ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ବିଧାନସଭା ଅଧ୍ୟକ୍ଷ ବାସବରାଜ ହୋରାଟ୍ଟୀ, କର୍ଣ୍ଣାଟକ ବୃହତ ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ ଡ. ମୃଗେଶ ରୁଦ୍ରପ୍ପା ନିରାନୀ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ବିଧାନସଭା ଅଧ୍ୟକ୍ଷ ବାସବରାଜ ହୋରାଟ୍ଟୀ, କର୍ଣ୍ଣାଟକ ବୃହତ ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ ଡ. ମୃଗେଶ ରୁଦ୍ରପ୍ପା ନିରାନୀ ପ୍ରମୁଖ ଉପସ୍ଥିତ ଥିଲେ ।