ୱିମେନ୍ ଆଚିଭରସ୍ ଅଫ୍ ଓଡ଼ିଶାରେ ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୭/୩: ଯେତେବେଳେ କୋଭିଡ-୧୯ ମହାମାରୀ ତାର ତାଣ୍ଡବ ରଚାଇ ଚାଲିଥିଲା, ସେତେବେଳେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ୧୯ ବର୍ଷିୟ ମାନସୀ ବରିହା ଏକ ଜଟିଳ ପରିସ୍ଥିତିର ସାମ୍ନା କରିଥିଲେ। ତାମିଲନାଡ଼ୁର ଏକ ଇଟା କାରଖାନାରେ ସେ କାର୍ଯ୍ୟ କରୁଥିବାବେଳେ ସେହି କାରଖାନାର ମାଲିକ ତାଙ୍କୁ ଘରକୁ ଫେରିବାକୁ ସିଧା ସଳଖ ମନା କରିଦେଇଥିଲା ।

ସେ କେବଳ ଏକା ନଥିଲେ ତାଙ୍କ ପରିବାର ସମେତ ଅନ୍ୟ ୩୫୫ ଜଣ ଦାଦନ ଶ୍ରମିକ ଏଭଳି ପରିସ୍ଥିତିରେ ପଡ଼ିଯାଇଥିଲେ। ସେମାନେ ସମସ୍ତେ ଘରକୁ ଫେରିବାକୁ ଚାହୁଁଥିବା ବେଳେ ତାଙ୍କୁ ଜୋର୍ ଜବରଦସ୍ତ ଅଟକ କରାଯାଇଥିଲା। ତାଙ୍କ ଦୁର୍ଦ୍ଦଶା କେବଳ ଏତିକିରେ ସୀମିତ ନଥିଲା। ଏଥି ସହିତ ସେମାନଙ୍କୁ ନିୟମିତ ନିର୍ଯାତନା ମଧ୍ୟ ଦିଆଯାଉଥିଲା। ତେବେ ସାହାସିକତାର ସହ ଏକ ଦୃଢ଼ ପଦକ୍ଷେପ ନେଇ ମାନସୀ ଏହି ଦାଦନ ଶ୍ରମିକମାନଙ୍କୁ ଦିଅ।ଯାଉଥିବା ନିର୍ଯାତନାର ଭିଡ଼ିଓ ପ୍ରସ୍ତୁତ କରି ମୋବାଇଲ ଫୋନ ଜରିଆରେ ବିଭିନ୍ନ ସାମାଜିକ କର୍ମୀଙ୍କୁ ପଠାଇଥିଲେ। ଏହି ସାମାଜିକ କର୍ମୀମାନେ ଦାଦନ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ସରକାରୀ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଯାହାଫଳରେ ସରକାରଙ୍କ ତରଫରୁ ଏକ ସ୍ୱତନ୍ତ୍ର ଟିମ୍ ତାମିଲନାଡ଼ୁ ଯାଇ ସେହି ଇଟା କାରଖାନା ମାଲିକଙ୍କ ଦ୍ୱାରା ବନ୍ଧକ ଥିବା ପ୍ରାୟ ୬ ହଜାର ୭୫୦ଜଣ ଶ୍ରମିକଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ମାନସୀଙ୍କ ଉଦ୍ୟମ ଯୋଗୁଁ ହିଁ ଏହି ଶତାଧିକ ଶ୍ରମିକମାନେ ନିଜ ଜୀବନ ବଞ୍ଚାଇ ପାରିଥିଲେ ।

ବଲାଙ୍ଗୀର ଜିଲ୍ଲାର ଆଦିବାସୀ ଝିଅ ସ୍ୱାଗତିକା କୁଅଁର ବିଭିନ୍ନ ଫ୍ୟସନ୍ ଶୋ’ରେ ବିଜୟୀ ହେବା ସହ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିବାର ସଫଳତା
ସାଉଁଟିଛନ୍ତି । ରାଜନୀତି ବିଜ୍ଞାନର ଛାତ୍ରୀ ବଲାଙ୍ଗୀର ବଲିଉଡ ପର୍ଯ୍ୟନ୍ତ ଦୀର୍ଘ ରାସ୍ତା ଅତିକ୍ରମ କରି ଓଡ଼ିଶା ପାଇଁ ଗର୍ବ ପାଲଟିଛନ୍ତି । ଗଞ୍ଜାମ ଜିଲ୍ଲାର ଏକ ଚାଷୀଙ୍କ ଝିଅ ପ୍ରମିଳା କ୍ରିଶାନୀ ଦାରିଦ୍ରତା ସତେ ଭାରତ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ପ୍ରମିଳା ୱାର୍ଲ୍ଡ ଏସିଆନ୍ ଓ କମନୱେଲଥ୍‌ ଚାମ୍ପିୟନଶିପ୍‌ରେ ଭରାଉତ୍ତୋଳନ ପ୍ରତିଯୋଗିତାରେ ୧୦ଟି ଆନ୍ତର୍ଜାତୀୟ ପଦକ ହାସଲ କରିଛନ୍ତି। ଦୈନିକ ଓଡ଼ିଆ ସମ୍ବାଦପତ୍ର ପ୍ରମେୟ, ନିୟୁଜ୍ ଚ୍ୟାନେଲ ନ୍ୟୁଜ୍‌-୭ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପ୍ରିଜରଭେସନ, ପ୍ରୋପାଗେସନ ଆଣ୍ଡ୍‌ ରେଷ୍ଟୋରେଶନ ଅଫ ଏନ୍‌ସିଏଚ କଲ୍‌ଚର ଆଣ୍ଡ ହେରିଟେଜ୍ ଇଣ୍ଡିଆ । (ପ୍ରାଚୀ) ପକ୍ଷରୁ ମିଳିତ ଭାବେ ଅନ୍ତର୍ଜାତୀୟ ମହିଳା ଦିବସ ଅ।ନୁକୂଲ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବ “ୱିମେନ୍ ଆଚିଭରସ୍ ଅଫ ଓଡ଼ିଶା’ (ୱାଓ) କାର୍ଯ୍ୟକ୍ରମରେ ମାନସୀ, ସ୍ୱାଗତିକା ଓ ପ୍ରମିଳାଙ୍କ ଭଳି ୧୪ ଜଣ ସାହାସୀ ଓ ସ‘ଳ ଓଡ଼ିଆ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏମାନଙ୍କ ବ୍ୟତୀତ ଶିକ୍ଷାକ୍ଷେତ୍ରରେ ଡାକ୍ତର ଦେବସ୍ମିତା ସାହୁ, କୃଷି ଗବେଷଣା କ୍ଷେତ୍ରରେ ଡ. ସୁଶମା ସୁଧଶ୍ରୀ, ସାହିତ୍ୟ କ୍ଷେତ୍ରରେ ବସିରନ୍ ବିବି, ଉଦ୍ୟୋଗ କ୍ଷେତ୍ରରେ ଶ୍ରୀମତୀ ହିମାନୀ ସାହୁ, ଜୟନ୍ତୀ ବେହେରା, ଲୋକପାଇଲଟ୍  ମମତା ସାହୁ, ସାପ ଉଦ୍ଧାରକାରିଣୀ ସିଲ୍କା ସେଲୋନୀ, ସଂଗୀତ କ୍ଷେତ୍ରରେ କୁମାରୀ ଅନୁରାଧା ପାଣିଗ୍ରାହୀ, ନୃତ୍ୟ କ୍ଷେତ୍ରରେ ଏସ୍‌. ସ୍ୱୟଂପ୍ରଭା, ‘୍ୟାସନ କ୍ଷେତ୍ରରେ ଶ୍ରମତୀ ରିତାରାଣୀ ଜାନି ଏବଂ କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ଉଷା ପୁରୋହିତଙ୍କୁ ୱାଓ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଛି। ୬୪ ଜଣଙ୍କ ନାମ ନୋମିନେସନରେ ରହିଥିବା ବେଳେ ଏହି ୧୪ ଜଣଙ୍କୁ ୪ ଜଣିଆ। ସ୍ୱତନ୍ତ୍ର ବିଚାରକ ମଣ୍ଡଳୀର ସଦସ୍ୟ ଚୟନ କରିଥିଲେ । ଏହି ଚାରି ଜଣ ବିଚାରକ ହେଉଛନ୍ତି ଲେଖିକା ଡ. ଭାଗ୍ୟଲିପି ମଲ୍ଲ, ଗାୟିକା ଓ ଲେଖିକା ଶ୍ରୀମତୀ ଛନ୍ଦା ମିଶ୍ର, ଗାୟିକା ଶ୍ରୀମତୀ ସୁସ୍ମିତା ଦାଶ ଓ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଇଲିଅ।ନା ସିତାରିଷ୍ଟି। ଯେତେବେଳେ ଅ।ମେ ଚୟନକାର୍ଯ୍ୟ ଅ।ରମ୍ଭ କରିଥିଲୁ, ସେତେବେଳେ ଅଶ୍ଚର୍ଯ୍ୟ ହୋଇଥିଲୁ ଯେ ଓଡ଼ିଶାରେ ମହିଳାମାନେ ଏତେ ସଂଖ୍ୟାରେ ଉଚ୍ଚକୋଟିର କାର୍ଯ୍ୟ କରିଛନ୍ତି ବୋଲି। ତେବେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଆମକୁ ଚୟନ କରିବାକୁ ପଡ଼ିଲା ବୋଲି ଡ. ମଲ୍ଲ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଉନ୍ନୟନ କମିଶନର  ପ୍ରଦୀପ କୁମାର ଜେନା, କଟକ-ଭୁବନେଶ୍ୱର ପୋଲିସ କମିଶନର ଡ. ସୁଧାଶୁଂ ଷଡ଼ଙ୍ଗୀ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ପଦ୍ମ ବିଭୁଷଣ ସୁଦର୍ଶନ ସାହୁ ପ୍ରମୁଖ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପ୍ରସିଦ୍ଧ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି, ସାମାଜିକ କର୍ମୀ ଡ.ଶ୍ରୁତି ମହାପାତ୍ର, ଲେଖିକା ଡ. ଗାୟତ୍ରୀବାଳା ପଣ୍ଡା, କ୍ରୀଡ଼ାବିତ୍ ଭାଲେନା ଭାଲେଚାିନା ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବକ୍ତବ୍ୟ ରଖିଥିଲେ।

ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସୋଆ କୂଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ବିଧାୟକ  ଅନନ୍ତ ନାରାୟଣ ଜେନା ଓ  ସୁଶାନ୍ତ ରାଉତ, ମହିଳା କମିଶନ ଅଧ୍ୟକ୍ଷ ଡ.ମିନତୀ ବେହେରା, ଶିଶୁ ସୁରକ୍ଷା ଅ।ୟୋଗ ଅଧ୍ୟକ୍ଷ ସଂଧ୍ୟାବତୀ ପ୍ରଧାନ, ମହିଳା ଓ ଶିଶୁ ମଙ୍ଗଳ ବିଭାଗ ଉପଦେଷ୍ଟା ସୁଲତା ଦେଓ ପ୍ରମୁଖ ଯୋଗ ଦେଇଥିଲେ । ନିଜ ବକ୍ତବ୍ୟରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ ଯେ, ମହିଳା ଉପରେ ହେଉଥିବା ନିର୍ଯାତନାକୁ ରୋକିବା ଏବଂ ସେମାନଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ସର୍ବଦା ଚେଷ୍ଟିତ । ମହିଳାଙ୍କୁ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କୁ ଧରିବା ପୋଲିସ ପକ୍ଷରୁ ଖୁବ୍ ସହଜ ବୋଲି ସେ କହିଥିଲେ । ଡ. ମହାନ୍ତି କହିଥିଲେ ଯେ, କରୋନା ମହାମାରୀ ଲୋକମାନଙ୍କୁ ନିରବତାର ମହଚା୍ୱ ଶିଖାଇଛି ଏହି ସମୟରେ ପବନ ଦ୍ୱାରା ସୃଷ୍ଟି ହୋଇଥିବା ସଂଗୀତ ଏବଂ ଚଢ଼େଇଙ୍କ କୋଳାହୋଳ ଶୁଣିପାରିବାର ସୁଯୋଗ ପାଇଛୁ । ଯାହା ଆମେ ପୂର୍ବରୁ ପାଇ ପାରୁନଥିଲୁ । ସୋଆ ପରିଚାଳିତ ପ୍ରାଚୀର ମୁଖ୍ୟ ଡ. ପଣ୍ଡା କହିଥିଲେ ଯେ ଦେଶର ପୁରାତନ ସଂସ୍କୃତି ଓ ପରମ୍ପରାର ରକ୍ଷଣାବେକ୍ଷଣ କରିବା ଦିଗରେ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତି କରାଇବା ନେଇ ପ୍ରାଚୀ ଆରମ୍ଭ କରାଯାଇଛି । ୧୫୦୦-୧୬୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ

ପୂରାତନ ଓଡ଼ିଆ ସାହିତ୍ୟ ସମେତ ଶାରଳା ମାହାଭାରତର ଡିଜିଟାଇଜେସନ୍ ନିମନ୍ତେ କାର୍ଯ୍ୟ କରାଯାଉଅଛି ବୋଲି ସେ କହିଥିଲେ। ବର୍ଷା ପ୍ରିୟଦର୍ଶିନ କରିଥିଲେ ମହିଳାମାନେ ସମାଜରେ ଅନ୍ୟାୟକୁ ବରାଦାସ୍ତ କରିବା ଉଚିତ୍ ନୁହେଁ, ବରଂ ପ୍ରତିବାଦ କରିବା ଉଚିତ୍ । ମହିଳାମାନେ ପରସ୍ପରକୁ ସମ୍ମାନ କରିବା ଉଚିତ ବୋଲି ସେ କହିଥିଲେ। ଏହି ଆୱାର୍ଡ ପ୍ରତ୍ୟେକ ବର୍ଷ ଅୟୋଜନ କରାଯିବ ବୋଲି ପ୍ରମେୟ ଓ ନ୍ୟୁଜ୍‌-୭ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର ଏହି ଅବସରରେ ସୂଚନା ଦେଇଥିଲେ ।

କାର୍ଯ୍ୟକ୍ରମରେ ସୁମା ରିୟଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ଶ୍ରୀ ସୁନିଲ ଦାସ, ଗ୍ରୁପ୍ ଡାଇରେକ୍ଟର, ସେଲ୍‌ସ୍ ଏବଂ ମାର୍କେଟିଂ (ପ୍ରମେୟ ଏବଂ ନ୍ୟୁଜ୍‌-୭) ହିମାଂଶୁ ହୋତା, ସୋଆ ଛାତ୍ରମଙ୍ଗଳ ଡିନ୍ ଡ. ଜ୍ୟୋତିରଞ୍ଜନ ଦାସ, ପ୍ରମେୟର ନ୍ୟୁଜ୍ ଏଡିଟର ଧୀରେନ୍ଦ୍ର ନାରାୟଣ ମିଶ୍ର, ନ୍ୟୁଜ-୭ର କାର୍ଯ୍ୟକାରୀ ସମ୍ପାଦକ ଦେବ ନାରାୟଣ ସେଠୀ, କନ୍‌ସଲ୍‌ଟିଂ ଏଡିଟର (ଡିଜିଟାଲ), ପ୍ରମେୟ-ନ୍ୟୁଜ୍‌-୭ ଗ୍ରୁପ ଶ୍ରୀ ସୁବ୍ରତ ଦାସ, ପ୍ରମେୟର ଚିଫ ଅଫ ବ୍ୟୁରୋ ଦେବେନ୍ଦ୍ର ସୁଆର, ଡିଜିଏମ୍ ସର୍କୁଲେସନ ଗଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।  ବର୍ଣ୍ଣାଢ଼୍ୟ ଉତ୍ସବ ୱିମେନ୍ ଆଚିଭରସ୍ ଅଫ୍ ଓଡ଼ିଶାରେ ଓଡ଼ିଶାର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love