ବନ୍ଦ କୋଠରୀରୁ ଉଦ୍ଧାର ହେଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ, ପୋଲିସ୍‌ର ତଦନ୍ତ ଜାରି

ବାଲିଆପାଳ, ୧୦/୦୯: ବାଲିଆପାଳ ଥାନା ଅନ୍ତର୍ଗତ ବାଲିବିଲ ଗ୍ରାମରେ ଏକ ଅଭାବନୀୟ ଘଟଣ ଦେଖିବାକୁ ମିଳିଛି । ଏକ ବନ୍ଦ କୋଠରୀ ଭିତରୁ ସ୍ବାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଗନ୍ନାଥ ଜ୍ୟୋତି ଏବଂ ତାଙ୍କ  ସ୍ତ୍ରୀ  ରୁନୁ ଜ୍ୟୋତି ହୋଇଥିବା ଜଣାପଡ଼ିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।  ଏନେଇ ପୋଲିସର ତଦନ୍ତ ଜାରି ରହିଛି ।

Spread the love